ଆଜିଠୁ କାଚିବ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଥିବା ‘ଅସାନି’ ଓଡିଶା ଉପକୂଳମୁହାଁ ହୋଇଥିବା ବେଳେ ଏହାର ପ୍ରଭାବ ଅନୁଭୂତ ହେଲାଣି । ‘ଅସାନି’ ପ୍ରଭାବରେ କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି ।
‘ଅସାନି’ ପ୍ରଭାବରେ ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । କିଛି ଜିଲ୍ଲାରେ ଘଣ୍ଟାପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ସତର୍କ ସୂଚନାଜାରି କରାଯାଇଛି । ଆଜି ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି ।
୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷିବ । ସେହିଭଳି ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ । ଏହା ସହ ୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor