ରାଧାରାଣୀଙ୍କ ବ୍ୟକ୍ତିତ୍ୱ ଭଲ ତେଣୁ ଏହି ନିର୍ବାଚନରେ ବିଜୟୀ ହେବୁ:ଅପରାଜିତା

ଖୋର୍ଦ୍ଧା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।ବିଜେଡି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ଫଳରେ ଏହି ଉପନିର୍ବାଚନ ପାଇଁ ରାଜ୍ୟନୈତିକ ଉଷ୍ମତା ବଢିବାରେ ଲାଗିଛି ।ବିଜେପିର ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।
ଖୋର୍ଦ୍ଧାରେ ଆୟୋଜିତ ଏକ ଇଦ୍ ମିଳନ କାର୍ୟ୍ୟକ୍ରମରେ ଯୋଗଦେଇ ଅପରାଜିତା କହିଛନ୍ତି, "ଏହି ନିର୍ବାଚନରେ ଆମେ ସମସ୍ତେ ନିଜର ଶତ ପ୍ରତିଶତ ଦେଇ ଲଢ଼ିବୁ । ଯେହେତୁ ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି ଆମେ ଖୁସି ଅଛୁ । ସେହିଭଳି ଗତ ନିର୍ବାଚନରେ ଆମେ ୬୮ହଜାର ଭୋଟ ପାଇଥିଲୁ । ରାଧାରାଣୀଙ୍କ ବ୍ୟକ୍ତିତ୍ୱ ଭଲ ତେଣୁ ଏହି ନିର୍ବାଚନରେ ବିଜୟୀ ହେବୁ ।"ବ୍ରଜରାଜନଗର ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ ଶାସକ ବିଜେଡି ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଫଳରେ ଲଢେଇ ଜୋରଦେର ହେବ ବୋଲି ଆଶା କରାଯାଉଛି । ତେବେ ଲୋକେ ତାଙ୍କୁ ବିପୁଳ ଭୋଟ ଦେଇ ନିଶ୍ଚିତ ଭାବେ ଜୟଯୁକ୍ତ କରାଇବେ ବୋଲି ବିଜେପି ପ୍ରାର୍ଥୀନୀ ରାଧାରାଣୀ ଦୃଢୋକ୍ତି କରିଛନ୍ତି ।
Powered by Froala Editor