ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମରେ ଅଭାବନୀୟ ଘଟଣା । ଆମ୍ବତୋଟାରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗ୍ରାମ ନିକଟରେ ରହିଥିବା ଏକ ଆମ୍ବ ଗଛରେ ଯୁବକ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଉଭୟଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମ ପାଇଁ ଏହି ଭଳି ଜଘନ୍ୟ କାଣ୍ଡ ହୋଇଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି । ପୋଲିସ ଉଭୟଙ୍କ ପର୍ସ, ଏଟିଏମକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଯୁବକ, ଯୁବତୀ କେଉଁ ପରିସ୍ଥିତିରେ ଆମ୍ବତୋଟାକୁ ଆସିଲେ ଏବଂ ଏହା ଆତ୍ମହତ୍ୟା ନା ଏହି ଘଟଣା ପଛର ଆଉ କିଛି କାରଣ ରହିଛି ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
Powered by Froala Editor