ସୃଷ୍ଟି ହେଲା ବାତ୍ୟା ଅସାନି

ଭୁବନେଶ୍ବର: ସୃଷ୍ଟି ହେଲା ବାତ୍ୟା । ଦକ୍ଷିଣ ପୂର୍ବ ସାଗରରେ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ବାତ୍ୟାର ନାମ 'ଅସାନି' ରଖାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅସାନି ଭୀଷଣ ବାତ୍ୟାରେ ପରିଣତ ହେବ । ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା କମ୍ । ନା ଆନ୍ଧ୍ରକୁ ଛୁଇଁବ ନା ଓଡ଼ିଶା ମାଟି ମାଡ଼ିବ । ଓଡ଼ିଶା ଉପକୂଳରୁ ବହୁ ଦୂରରେ (ପ୍ରାୟ ୨୦୦ କିମିରୁ ଅଧିକ) ସମାନ୍ତରାଳ ଭାବେ ସମୁଦ୍ରରେ ପଳାଇବ । ବାଂଲାଦେଶ ଆଡ଼କୁ ମୁହାଁଇ ସମୁଦ୍ର ଭିତରେ ମିଳାଇ ଯାଇପାରେ । ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବନି । ୪୦-୫୦ କିମି ପବନ, ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗର ଏଭଳି ତାଜା ପୂର୍ବାନୁମାନ ଆଶ୍ୱସ୍ତ କରିଛି ଓଡ଼ିଶାବାସୀଙ୍କୁ ।
ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ସାଇକ୍ଲୋନମ୍ୟାନ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା କମ୍ । ସମୁଦ୍ର ସମୁଦ୍ରରେ ହିଁ ଏହା ଗତି କରିବ । ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରଖିବ । ତା’ ପରେ ଦିଗ ବଦଳାଇ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ମୁହାଁଇବ ।
Powered by Froala Editor