ସିକୁ୍ୟରିଟି ଗାର୍ଡଙ୍କୁ ଦିଆଯାଉ କରୋନା ଯୋଦ୍ଧା ମାନ୍ୟତା, ଟିକାକରଣରେ ମିଳୁ ଅଗ୍ରାଧିକାର : ମାନସ ଚୌଧୁରୀ

ଭୁବନେଶ୍ୱର : କରୋନା ସମୟରେ ସଚେତନତା ସୃଷ୍ଟି ସହ ସୁରକ୍ଷା ଦେଉଥିବା ସିକୁ୍ୟରିଟିଗାର୍ଡମାନେ ବିପଦଶଙ୍କୁଳ ଅବସ୍ଥାରେ ଦିନରାତି କାର୍ଯ୍ୟ କରି ଆସୁଛନ୍ତି । ତେଣୁ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ଟିକାକରଣରେ ଅଗ୍ରାଧିକାର ଦେବା ପାଇଁ ବେସରକାରୀ ସିକୁ୍ୟରିଟି ସଂଘର ସଭାପତି ମାନସ ଚୌଧୁରୀ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ଏହି ଦାବି ଉପସ୍ଥାପନ କରିଛନ୍ତି ।
ଶ୍ରୀ ଚୌଧୁରୀ କହିଛନ୍ତିଯେ, ସପିଂ ମଲ, ଆପାର୍ଟମେଂଟ, କାରଖାନା, ଏଟିଏମ, ମାର୍କେଟ ଆଦିରେ ଦିନରାତି ସିକୁ୍ୟରିଟି ଗାର୍ଡମାନେ କାର୍ଯ୍ୟ କରୁଛନ୍ତି । ମାସ୍କ ପିନ୍ଧିବାକୁ ପରାମର୍ଶ ଦେବା ସହ ତାପମାତ୍ରା ବି ଅନୁଧ୍ୟାନ କରୁଛନ୍ତି । ସେମାନେ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଛନ୍ତି । ଅନେକ ସମୟରେ ସେମାନେ କୋଭିଡ଼ ରୋଗୀ ବା କୋଭିଡ଼ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବି ଆସୁଛନ୍ତି । ତେଣୁ ସେମାନଙ୍କୁ ସରକାର ସମ୍ମୁଖ ଯୋଦ୍ଧା ବା କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ଟିକାକରଣରେ ଅଗ୍ରାଧିକାର ଦେବା ପାଇଁ ସେ ଦାବି ଉପସ୍ଥାପନ କରିଛନ୍ତି ।
Powered by Froala Editor