୨୭ରେ ମୁକ୍ତିଲାଭ କରିବ 'ଅନେକ', ଦେଖିବାକୁ ମିଳିବ ଭିନ୍ନ କାହାଣୀ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ 'ଅନେକ' ଖୁବ୍ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଆସନ୍ତା ୨୭ ତାରିଖରେ ଏହା ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା । ଭିନ୍ନ ଏକ ଅନ୍ଦାଜରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଜଣେ ଅଣ୍ଡରଭର୍ ଏଜେଣ୍ଟ ଭାବେ ସେ ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିନବ ସିହ୍ନା ।
ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ଯାହାର କିଛି ସିନ୍କୁ ଆୟୁଷ୍ମାନ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆଇଡିରେ ସେୟାର କରିଛନ୍ତି । କ୍ୟାପସନ୍ରେ ସେ ଲେଖିଛନ୍ତି, ଭାଷା ଅନେକ, ସଂସ୍କୃତି ଅନେକ । ବେଶ ବି ଅନେକ । କିନ୍ତୁ ଦେଶର ଭାବନା ଗୋଟିଏ; ଜିତିବ କିଏ ହିନ୍ଦୁସ୍ତାନ । ଏହାକୁ ପୋଷ୍ଟ କରିବାର ମାତ୍ର କିଛି ସମୟ ମଧ୍ୟରେ ଭାଇରାଲ୍ ହୋଇଛି । ଦର୍ଶକ ଓ ଫ୍ୟାନ୍ମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଅନେକ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଥିବା ବେଳେ ବହୁ ଜଣ ସେୟାର କରିଥିବା ଦେଖିବାକୁ ମିଳିଛି ।
ଫିଲ୍ମ ବାବଦରେ ନିର୍ଦ୍ଦେଶକ ଅଭିନବ କରିଛନ୍ତି, ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି । ଏଥିରେ ଉତ୍ତର ପୂର୍ବର ଅପରାଧ, ହିଂସା ଓ ରାଜନୀତି ବାବଦରେ ଦର୍ଶକ ଦେଖିବାକୁ ପାଇବେ । ଉତ୍ତର ପୂର୍ବ ସମସ୍ୟା ସହ ଭାଷା ଆଧାରରେ ଲୋକେ କିପରି ପୃଥକ୍ ହୋଇଛନ୍ତି ତାହାର ଝଲକ୍ ବି ଦେଖାଇବାକୁ ଚେଷ୍ଟା କରାଯାଇଛି । ଆଶା କରାଯାଉଛି ଏହା ନିଶ୍ଚିତ ଭାବେ ଦର୍ଶକଙ୍କ ହୃଦୟକୁ ଛୁଇଁବ । ତେବେ ଫିଲ୍ମଟି ରିଲିଜ୍ ହେବା ପରେ ଜଣାପଡ଼ିବ ଏହା ବକ୍ସ ଅଫିସରେ କିପରି କାରବାର କରୁଛି ଓ ଦର୍ଶକ କିଭଳି ଭାବେ ଏହାକୁ ପସନ୍ଦ କରୁଛନ୍ତି ।
Powered by Froala Editor