ନିଜକୁ ଗଧ ସହ ତୁଳନା କରି ଟ୍ରୋଲ ହେଲେ ଇମ୍ରାନ୍
ନିଜକୁ ଗଧ ସହ ତୁଳନା କଲେ ଇମ୍ରାନ୍ ଖାନ୍ । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ହଇଚଇ ସୃଷ୍ଟି ହୋଇଛି । ଇମ୍ରାନ ଖାନ ବ୍ରିଟେନରେ ରହିବା ବେଳର ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ “ମୋତେ ବ୍ରିଟେନରେ ବେଶ ଭବ୍ୟ ସ୍ୱାଗତ ମିଳିଥିଲା। ସେଠାରେ ମୋ କିଛି ବି ଅସୁବିଧା ନଥିଲା। ମୁଁ ସେଠାରେ ବଡ଼ବଡ଼ ସୋସାଇଟିର ଅଂଶବିଶେଷ ଥିଲି। କିନ୍ତୁ ମୁଁ କେବେ ହେଲେ ବ୍ରିଟେନକୁ ମୋ ଘର ଭାବେ ବିବେଚନା କରିନି। କାରଣ ମୁଁ ପ୍ରଥମେ ନିଜକୁ ପାକିସ୍ତାନୀ ବୋଲି ଭାବି ଆସିଛି। ମୁଁ ଯାହା ବି କଲେ ବ୍ରିଟିଶର ତ ହୋଇପାରିବି ନାହିଁ? ଆପଣ ଯଦି ଗଧ ଉପରେ ଗାର ଟାଣି ଦେବେ, ତା’ହେଲେ ସେ ଜେବ୍ରୋ ହୋଇଯିବନି। ତେଣୁ ଗଧ ସବୁବେଳେ ଗଧ ହୋଇ ହିଁ ରହିବ।” ପାକିସ୍ତାନ ଭିତ୍ତିକ କଣ୍ଟେଣ୍ଟ କ୍ରିଏଟର ଜୁନେଦ ଆକ୍ରମଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ବେଳେ ଇମ୍ରାନ ଏପରି କଥା କହିଛନ୍ତି। ସାକ୍ଷାତକାରର ପୂରା ଭିଡିଓ ଇମ୍ରାନ ଖାନ୍ଙ୍କ ଅଫିସିଆଲ ୟୁଟ୍ୟୁବରେ ଅପଲୋଡ୍ ହୋଇଛି। କଥା ଛଳରେ ସେ ନିଜକୁ ଗଧ ସହ ତୁଳନା କରିବା ପରେ ଟ୍ରୋଲ ହେଉଛନ୍ତି ।
Powered by Froala Editor