ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି ରହିଛି । ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ଥିବା ୧୫୨ଟି ଆସନ ଲାଗି ମତଦାନ ଚାଲିଛି । ଏଥିଲାଗି ମୋଟ ୪୪,୩୭୬ଟି ପୋଲିଂ ଷ୍ଟେସନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୋଟ ୧୪୭୮ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ୩.୬ କୋଟି ମତଦାତା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।
ମୁର୍ଶିଦାବାଦରେ ଭୋଟିଂ ସମୟରେ ସଂଘର୍ଷ ହୋଇଥିବା ରିପୋର୍ଟ ସାମ୍ନାକୁ ଆସୁଛି । ଟିଏମସି କର୍ମୀ ଏବଂ ଆମ ଜନତା ଉନ୍ନୟନ ପାର୍ଟିର ମୁଖ୍ୟ ହୁମାୟୁନ୍ କବୀରଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ହୁମାୟୁନ୍ କବୀର ହେଉଛନ୍ତି ସେହି ବ୍ୟକ୍ତି ଯିଏ ପଶ୍ଚିମବଙ୍ଗରେ ବାବ୍ରୀ ମସଜିଦ ନିର୍ମାଣ କରିଥିଲେ। ଟିଏମସି ସମର୍ଥକ ପୁଲିସ୍ ଏବଂ ହୁମାୟୁନ କବିରଙ୍କ ସହ ହାତାହାତି ହୋଇଛନ୍ତି ଜଣାପଡିଛି । ଆମ୍ ଜନତା ଉନ୍ନୟନ ପାର୍ଟି ପ୍ରତିଷ୍ଠାତା ହୁମାୟୁନ କବୀରଙ୍କ ପ୍ରତି ଦୁର୍ବ୍ୟବହାରର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ଭୋଟିଂ ମଝିରେ ବୋମାମାଡ଼ ହୋଇଛି ଅନେକ ଆହତ ହୋଇଛନ୍ତି । ମୁର୍ଶିଦାବାଦ ବିବାଦକୁ ନେଇ ନିର୍ବାଚନ କମିଶନ ଡିଏମ/ଡିଇଓଙ୍କଠାରୁ ରିପୋର୍ଟ ମାଗିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ମୁର୍ଶିଦାବାଦରେ ଏଏସପି ମାଜିଦ୍ ଖାନ କହିଛନ୍ତି ଯେ, ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି ଏବଂ କୌଣସି ସ୍ଥାନରେ କିଛି ଘଟିନାହିଁ ।
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅନେକ ସ୍ଥାନରେ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଅନେକ ମତଦାନ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ) ରେ ତ୍ରୁଟି ଯୋଗୁଁଁ ମତଦାନରେ ବିଳମ୍ବ ହୋଇଥିଲା ଏବଂ କିଛି ସ୍ଥାନରେ ମତଦାନକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ପଡ଼ିଥିଲା।
Powered by Froala Editor