କରୀନାଙ୍କୁ ମୋଟି କହି ଫସିଲେ ହୀରା
ମୋଟି ହୋଇଗଲେଣି କରୀନା । ଏଭଳି କହି ବିବାଦ ଘେରରେ ଫସିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ହୀରା ମାନୀ। ହୀରା ଏକ ସାକ୍ଷାତକାରେ କହିଛନ୍ତି ଯେ, କିଛି ମାସ ପୂର୍ବରୁ ମୋର ଓଜନ ୬୪ କିଲୋ ହୋଇଯାଇଥିଲା। ହେଲେ ମୁଁ ଏବେ ୧୦ କିଲୋ ଓଜନ କମାଇଛି। ଏଥିପାଇଁ କୌଣସି ଟ୍ରେନର ମୋତେ ସାହାଯ୍ୟ କରିନାହାନ୍ତି। ମୋ ସ୍ବାମୀ ମାନୀ ମୋତେ ସାହାଯ୍ୟ କରିଥିଲେ। ୩ମାସ ମଧ୍ୟରେ ମୁଁ ୧୦କିଲୋ ଓଜନ କମାଇଲି।
ମୋ ସ୍ବାମୀ ମୋତେ କଟ୍ରିନା, ଦୀପିକା ଓ କରୀନାଙ୍କ ନାଁ ନେଇ ମୋତେ ସମାଲୋଚନା କରୁଥିଲେ। କରୀନା ତ ଏବେ ମୋଟା ହୋଇଗଲେଣି। ହେଲେ ବି କଟ୍ରିନା ଓ ଦୀପିକାଙ୍କ ଭଳି ହେବା ପାଇଁ ମୋ ସ୍ବାମୀ ସବୁବେଳେ ମୋତେ ସମାଲୋଚନା କରୁଥିଲେ। ସେଇଟା ମଧ୍ୟ ମୋ ଓଜନ କମ କରିବା ପଛର ଗୋଟେ କାରଣ। ସେଥିପାଇଁ କହୁଛି ଓଜନ କମାଇବା ପାଇଁ ସମାଲୋଚନା କରୁଥିବା ସ୍ବାମୀ ରହିବା ଭଲ।
ଏହା ସହ କରୀନା ଏବେ ମୋଟୀ ହୋଇଗଲେଣି ବୋଲି କହିଥିଲେ ହୀରା ମାନୀ। ତାଙ୍କର ଏଭଳି ବୟାନକୁ ନେଇ ଏବେ ଲୋକେ ତାଙ୍କୁ ସମାଲୋଚନା କରୁଥିବା ଜଣାପଡ଼ିଛି। କରୀନାଙ୍କ ପ୍ରଶଂସକ ହୀରା ମାନୀଙ୍କ ଚିନ୍ତାଧାରାକୁ ବିଷାକ୍ତ ବୋଲି କହିଛନ୍ତି। ତାଙ୍କର ଏଭଳି ବୟାନ ପାଇଁ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି।
Powered by Froala Editor