ମାଟ୍ରିକ ଖାତା ଦେଖା ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ
ଭୁବନେଶ୍ୱର: ଆଜି ସରୁଛି ମାଟ୍ରିକ ପରୀକ୍ଷା । ତେବେ ସମ୍ଭବତଃ ଆସନ୍ତା ୨୦ ତାରିଖ ବା ୨୧ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇପାରେ । ବୋର୍ଡ ସଭାପତି ରାମାଶିଷ ହାଜରା ଏହା କହିଛନ୍ତି । ନୋଡାଲ ସେଣ୍ଟରରୁ ଉତ୍ତର ପୁସ୍ତିକା ଆଣିବା ପରେ ଖାତା ଦେଖା ଆରମ୍ଭ ହେବ ବୋଲି ଶ୍ରୀ ହାଜରା କହିଛନ୍ତି ।
ଅନ୍ୟପକ୍ଷରେ କିଛି ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ନେଇ ବୋର୍ଡ ସଭାପତି ଶ୍ରୀ ହାଜରା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମର କିଛି ଦୋଷ ନାହିଁ । ସେ କଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୁଝିବ । ପରୀକ୍ଷା ପରିଚାଳନା ଆମ କାମ । ଫର୍ମ ଫିଲପ କଲେ ପରୀକ୍ଷା କରାଇବୁ । ଭେରିଫିକେସନ କରିବା ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ । ଯେଉଁମାନେ ଫର୍ମ ଫିଲପ କରିଛନ୍ତି ଆମେ ଆଡମିଟ କାର୍ଡ ଇସୁ୍ୟ କରିଛୁ । ଆଡମିଟ କାର୍ଡ ଇସୁ୍ୟ ସହ ପରୀକ୍ଷା ପାଇଁ ବନେ୍ଦାବସ୍ତ କରିଛୁ । କିଛି ପରୀକ୍ଷାର୍ଥୀ ପରୀକ୍ଷା ନଦେବା ନେଇ ବିଭାଗ ସହ ଆଲୋଚନା ହୋଇଛି । ତେବେ କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି ତାହା ଦିନେ ଦୁଇ ଦିନରେ ଜଣାପଡ଼ିବ ।
Powered by Froala Editor