ଆଇପିଏଲ ବେଟିଂରେ ହାରି ମାଆ ପୁଅଙ୍କ ଆତ୍ମହତ୍ୟା!

ରାୟଗଡା: ଚାଲିଛି ଆଇପିଏଲ ମହାକୁମ୍ଭ । ଏଥିପାଇଁ ଅନେକ ବେଟିଂ ଲଗାଇ ଟଙ୍କା କାରବାର କରୁଛନ୍ତି । ଏହି ବେଟିଂ କେତେ ଯେ ଭୟଙ୍କର, ତା’ର ପ୍ରତିଫଳନ ଆଜି ସାମ୍ନାକୁ ଆସିଛି । ଆଇପିଏଲ ବେଟିଂ ହାରି ମାଆ ପୁଅ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝିମିରିପେଟା ଗାଁ’ରେ ।
ସୂଚନା ଅନୁସାରେ ଆଇପିଏଲ ପାଇଁ ମା’ ଓ ପୁଅ ବେଟିଂ ଲଗାଇଥିଲେ । ଏହି ବେଟିଂରେ ବିପୁଳ ଅର୍ଥ ହାରିଥିଲେ । ୩ ଦିନ ତଳେ ବାକି ଟଙ୍କା ଆଦାୟ ପାଇଁ କିଛି ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ । ପାଟିତୁଣ୍ଡ କରି ଘରୁ କିଛି ମୂଳ୍ୟବାନ ଜିନିଷ ଉଠାଇ ନେଇଥିଲେ ।
ବିପୁଳ ପରିମାଣରେ ଟଙ୍କା ହରାଇ ମ୍ରିୟମାଣ ହୋଇ ଉଭୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ କିଛି ଲାଭ ହୋଇନଥିଲା, ରାତିରେ ପୁଅ ଓ ସକାଳେ ମାଆକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏଭଳି ଘଟଣା ପାଇଁ ସାରା ଗାଁ’ରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor