ମହଙ୍ଗା ପଡ଼ିଲା ବାଲି ମାଫିଆଙ୍କ ସହ ସମ୍ପର୍କ, ନିଲମ୍ବିତ ହେଲେ ବଡ଼ସାହି ତହସିଲଦାର
ବାରିପଦା: ବାଲି ମାଫିଆଙ୍କ ସହ ସମ୍ପର୍କ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କ ଉପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।
ଗତ ଏପ୍ରିଲ ମାସରେ ବଡ଼ସାହି ତହସିଲ ଅଧୀନରେ ଥିବା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ଘାଟରେ ବ୍ୟାପକ ବାଲି ଚୋରା କାରବାର ନେଇ ଏନଜିଟି ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ । ଏହି ବାଲି ଚୋରା କାରବାରରେ ମମତାଜ ସମ୍ପୃକ୍ତ ଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ମମତାଜ ମହାରଣାଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ସେବେଠୁ ତହସିଲଦାର ମମତାଜ ନିଖୋଜ ରହିଛନ୍ତି । ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଆଜି ନିଲମ୍ବନ ଆଦେଶ ପରେ ତୁରନ୍ତ ଜିଲ୍ଲା ମୁଖ୍ୟାଳୟରେ ଯୋଗ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ଛାଡ଼ି ନଯିବାକୁ କୁହାଯାଇଛି ।
Powered by Froala Editor