ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ମାଟ୍ରିକ ପରିକ୍ଷାର୍ଥୀଙ୍କ ଜୀବନ
ରାୟଗଡ଼ା:ମାଟ୍ରିକ ପରୀକ୍ଷା ଦେବାକୁ ଆସି ଆଖି ବୁଜିଲେ ଛାତ୍ର । ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ଜୀବନ । ଏପରି ଅଘଟଣ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ ଗତ ରାତିରେ ଘଟିଛି। ମୃତକ ହେଉଛନ୍ତି ଭରତ ବିଡିକା ।
ଭରତ ବିଡିକାଙ୍କ ଘର ବିଷମକଟକ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଗାଁରେ ହୋଇଥିବା ବେଳେ ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ସେ କପାପଦର ହାଇସ୍କୁଲକୁ ଯାଇଥିଲେ। ସେଠାରେ ଥିବା ହଷ୍ଟେଲରେ ସେ ନିଜ ସାଙ୍ଗମାନଙ୍କ ସହ ରହିଥିବା ବେଳେ ଗତ ରାତି ୮ଟାରେ କୌଣସି କାରଣରୁ ହଷ୍ଟେଲ ଛାତକୁ ଯାଇଥିଲେ। ମାତ୍ର ହଠାତ୍ ସେ ଛାତରୁ ତଳକୁ ଖସି ପଡ଼ିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor