ରୁମାଲି ରୋଟିକୁ ଟିସୁ ପେପର ଭାବି ମୁହଁ ପୋଛିଦେଲେ ବୃଦ୍ଧ
ଯାହା ହାତରେ ଦେଖ ମୋବାଇଲରେ ଭିଡିଓ ସୁଟ୍ ଓ ଫଟୋ କ୍ଲିକ୍ କରୁଛନ୍ତି । ହେଲେ ଭିଡିଓ କଲା ବେଳେ କିଛି ମଜାଦାର ଭିଡିଓ ବି ସୁଟ୍ ହୋଇଯାଉଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଲୋକେ ହସୁଛନ୍ତି । ଇନଷ୍ଟାଗ୍ରାମରେ sensen4947 ଆକାଉଣ୍ଟରୁ ଏହାକୁ ସେୟାର କରାଯାଇଛି । ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଥର ୟୁଜର୍ସ ଦେଖିଛନ୍ତି ।
ଏ ଭିଡିଓଟି ଏକ ବାହାଘର ଭୋଜିର । ଯେଉଁଠି ଏକ ଟେବୁଲ ଉପରେ ଭିନ୍ନ ଭିନ୍ନ ସୁସ୍ୱାଦୁ ଭୋଜନ ରଖାଯାଇଛି । ସମସ୍ତେ ବସି ଆନନ୍ଦରେ ଖାଉଛନ୍ତି । ହେଲେ ଜଣେ ବୃଦ୍ଧ ଖାଇସାରିବା ପରେ ଏକ ରୁମାଲି ରୋଟିକୁ ଟିସୁ ପେପର ଭାବି ମୁହଁ ପୋଛି ଦେଉଛନ୍ତି । ସେହି ସମୟର ଭିଡିଓ ସେଠାରେ ବସିଥିବା ଜଣେ ବ୍ୟକ୍ତି ସୁଟ୍ କରି ଭାଇରାଲ କରିଦେଇଛନ୍ତି । ଯାହାକୁ ଦେଖିଲେ ଆପଣ ବି ନିଶ୍ଚୟ ହସିବେ । ଭିଡିଓରେ ବର୍ତ୍ତମାନ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓକୁ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଆସିବାରେ ଲାଗିଛି । ଭିଡିଓଟି ଦେଖିଲେ ଲାଗୁଛି ଯେ, ବୃଦ୍ଧ ଜଣକ ଜଣେ ଗ୍ରାମବାସୀ । ତେଣୁ ରୁମାଲି ରୋଟିକୁ ଟିସୁ ପେପର ଭାବି ନେଇଛନ୍ତି । ଯାହାବି ହେଉ ମଜାଦାର ଭିଡିଓକୁ ଦେଖି ୟୁୁଜର୍ସର୍ କମେଣ୍ଟ ଦେଉଛନ୍ତି ।
Powered by Froala Editor