ସାମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ୧୮ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି ।
ଚିଠିରେ ଏମର୍ଜେନ୍ସି ଅପରେସନ ସେଣ୍ଟର ଓ କଣ୍ଟୋ୍ରଲ ରୁମ୍ ୨୪ଘଣ୍ଟ ଖୋଲିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆବଶ୍ୟକ ସ୍ଥଳରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ସେଲ୍ଟର ଗୁଡିକୁ ଜିଓ ଟ୍ୟାଗ କରିବା ଓ ୬ ତାରିଖ ସୁଦ୍ଧା ୩ଜଣିଆ ଟିମକୁ ସେଲ୍ଟ ହୋମ୍ ଦାୟିତ୍ୱ ହସ୍ତାନ୍ତର କରିବାକୁ କୁହାଯାଇଛି ।
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାଯୋଗୁଁ ଦକ୍ଷିଣ ଆଣ୍ଡାମାନ ସାଗର ଅଶାନ୍ତ ହେଉଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ମଧ୍ୟରେ ବା ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ବର୍ତ୍ତମାନର ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ଥିବାରୁ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ଏହା ପ୍ରଭାବରେ ୫ ତାରିଖରୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳ ଏବଂ ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ରହିବ । ତେବେ ଏହି ଅବପାତ ବାତ୍ୟା ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ଏ ପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ ।
ସେହିପରି ୬ ତାରିଖରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ଷା ଆରମ୍ଭ ହେବ । ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ । ୮ ତାରିଖ ବେଳକୁ ପବନର ବେଗ କ୍ରମଶଃ ବୃଦ୍ଧି ପାଇ ସର୍ବାଧିକ ୭୫ କିମି ବେଗରେ ବହିପାରେ । ତେଣୁ ସମୁଦ୍ର ଅଧିକ ଅଶାନ୍ତ ଥିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।
Powered by Froala Editor