ବିମାନବନ୍ଦର ଓ ରେଳଷ୍ଟେସନରେ ଦିଲ୍ଲୀ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ସଂକ୍ରମଣ ପୁଣି ବୃଦ୍ଧିକୁ ନେଇ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା । ତେବେ ଦିଲ୍ଲୀରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ କଡା ନଜର ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ରାଜ୍ୟର ସମସ୍ତ ବିମାନବନ୍ଦର ଓ ରେଳଷ୍ଟେସନ ଗୁଡ଼ିକରେ ଦିଲ୍ଲୀ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସମ୍ବଲପୁର ଗସ୍ତ ସମୟରେ ସୂଚନା ଦେଇଛନ୍ତି । ଏହାସହ କୋଭିଡ ଗାଇଡ଼ଲାଇନ ମାନିବାକୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
Powered by Froala Editor