ଛୋଟ ପିଲାଙ୍କ ପାଇଁ କେତେ ସୁରକ୍ଷିତ ବାମ୍ ଜାଣନ୍ତୁ?

ଛୋଟପିଲା ବା ଶିଶୁଙ୍କର ଇମୁ୍ୟନିଟି ପାୱାର କମ୍ ଥାଏ, ସେଥିପାଇଁ ଛୋଟ ପିଲାଙ୍କୁ ବାରମ୍ବାର ଥଣ୍ଡା କିମ୍ବା ଜ୍ୱର ହୋଇଥାଏ । ଆମେରିକାନ ଏକାଡେମୀ ପିଡିଆଟ୍ରିକ୍ସଙ୍କ ଅନୁସାରେ, ଜନ୍ମ ପରେ ପ୍ରଥମ ଦୁଇ ବର୍ଷ ଭିତରେ ଶିଶୁମାନଙ୍କୁ ୮ ରୁ ୧୦ ଥର ଥଣ୍ଡା ହୋଇଥାଏ ।
ଛୋଟପିଲା ବା ଶିଶୁଙ୍କୁ ଥଣ୍ଡା ହେଲେ ସବୁବେଳେ ପିତାମାତା ବାମ୍ର ବ୍ୟବହାର କରିଥାନ୍ତି କିନ୍ତୁ ସେମାନେ ଏହି କଥା ଉପରେ ଧ୍ୟାନ ଦିଅନ୍ତି କି ଏହା ପ୍ରୟୋଗ କରିବା କେତେ ଠିକ୍ କି ଭୁଲ ।
ଯଦି ଆପଣଙ୍କ ପିଲାକୁ ଥଣ୍ଡା ଏବଂ ଜ୍ୱର ହୋଇଥାଏ ଆଉ ଆପଣ ବାମର ବ୍ୟବହାର କରନ୍ତି, ତାହେଲେ ଜାଣି ନିଅନ୍ତୁ ଏହା କରିବା କେତେ ସୁରକ୍ଷିତ ଅଟେ ।
୨ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ କୌଣସି ବି ବାମ୍ ବ୍ୟବହାର କରିବା ଉଚିତ ନୁହେଁ । ଏହା ପିଲାଙ୍କ ନିଶ୍ୱାସ ନଳୀରେ ଅସୁବିଧା ସୃଷ୍ଟି କରିପାରେ ।
ଥଣ୍ଡା ହେଲେ ବମ୍କୁ ଛାତି, ପିଠି ଏବଂ ଗଳାରେ ଲଗାଯାଇଥାଏ । ଏହାକୁ ସୁଘିଂବା ଦ୍ୱାର ମଧ୍ୟ ଆରାମ ମିଳିଥାଏ । କିନ୍ତୁ ଏହା ଶିଶୁଙ୍କ ପାଇଁ ସୁରକ୍ଷିତ ନୁହେଁ ।
ଶିଶୁଙ୍କ ଉପରେ ବାମ୍ ବ୍ୟବହାର କରିବା ସମୟରେ ଏହି ବିଷୟ ଉପରେ ଧ୍ୟାନ ଦିଅନ୍ତୁ
୧: ଯଦି ବାମ୍ ଉପରେ ଦିଆଯାଇଥିବା ବ୍ୟବହାରର ଡେଟ୍ ସମୟ ପଳେଇ ଯାଇଛି କୌଣସି ପ୍ରକାର ଆପଣ ସେହି ବାମ୍କୁ ଶିଶୁ କିମ୍ବା ବଡ ଲୋକଙ୍କ ଉପରେ ପ୍ରୟୋଗ କରନ୍ତୁ ନାହିଁ ।
୨: ବାମ୍କୁ କେବେ ବି ଗରମ କରି ଲଗାନ୍ତୁ ନାହିଁ । ବାମ ଗରମ କରି ଲଗାଇବା ଦ୍ୱାରା ଶିଶୁର କଅଁଳ ତ୍ୱଚା ଉପରେ ପ୍ରଭାବ ପକାଇଥାଏ ।
୩: ବାମ୍କୁ ପ୍ରଥମେ ଶିଶୁର ହାତ ଉପରେ ଲଗାଇ ଦେଖନ୍ତୁ କି ଏଥିରେ କୌଣସି ଶିଶୁର ଏଲର୍ଜି ହେଉନି ତ ।
୪: ନାକ, ମଥା ଏବଂ ଆଖିର ଆଖପାଖେରେ ବାମ ଲଗାଇବା ଉଚିତ ନୁହେଁ କାରଣ ଏହା ଲଗାଇବା ଫଳରେ ଆଖିରେ ଜଳ୍ୱନ ହେବା ସହିତ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।
ଶିଶୁଙ୍କୁ ଥଣ୍ଡା କିମ୍ବା ଜ୍ୱର ସମୟରେ ବାମ୍ ଲଗାଇବା ବଦଳରେ ଆପଣ ଏହି ଘରୋଇ ଉପଚାର କରନ୍ତୁ ।
ଦୁଇଟି ରସୁଣ ପାଖୁଡା ଏବଂ ୧ ଚାମୋଚ ଜୁଆଣିକୁ ଭାଜି ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଏକ କପଡାରେ ବାନ୍ଧି ଦିଅନ୍ତୁ ଏବଂ ଏକ ପୁଟୁଲି ବନାଇ ଦିଅନ୍ତୁ । ଏହାପରେ ଶିଶୁର ଛାତି ଉପରେ ଏହାକୁ ରଖି ଶେଖ ଦିଅନ୍ତୁ ।
ହାପ କପ ସୋରିଷ ତେଲ ନିଅନ୍ତୁ । ଏଥିରେ ୨ଟି ରସୁଣ କୋଲା ଏବଂ ଜିରାକୁ ଛେଚି ତେଲ ସହିତ ଗରମ କରନ୍ତୁ । ଏହା ହଲକା ଗରମ ହେବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଏହି ଉଷୁମ ତେଲକୁ ଶିଶୁର ଛାତି ଉପରେ ମାଲିସ କରନ୍ତୁ ।
Powered by Froala Editor