ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ସହ ପଚା ପରିବା, ଭୋକରେ ପିଲା
ବଲାଙ୍ଗୀର: ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଓ ପଚା ପରିବା ବାହାରିବା ଯୋଗୁ ଭୋକରେ ଅଛନ୍ତି ପିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଗାନ୍ଧିନଗରପଡା ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟାହ୍ନ ଭୋଜନା ଦିଆଯାଉଥିବାବେଳେ ପଚାଅଣ୍ଡା ବାହାରିଥିଲା । ପଚା ଅଣ୍ଡା ସହ ପଚା ଆଳୁ ଓ ବାଇଗଣ ବାହାରିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
ମଧ୍ୟାହ୍ନ ଭୋଜନ ହେଉଛି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । କିଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟକର ପରିବେଶରେ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ହେବ, ତାହା ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଲା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ସରକାରଙ୍କ ଯୋଜନା କେତେ ମାତ୍ରାରେ ହରି ଲୁଟ ହେଉଛି ତା’ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିବା ଖାଦ୍ୟ ମଧ୍ୟରୁ ଅଣ୍ଡା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଅଣ୍ଡାରୁ ଦୁର୍ଗନ୍ଧ ବାହାରୁଥିଲା । ଏହା ସହିତ ପଚା ପରିବା, ପାଣିଆଡାଲି ଦିଆଯାଉଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ପିଲାମାନେ ଖାଇପାରିନଥିଲେ । ଭୋକରେ ଥିବା ପିଲାମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିସ୍କୁଟ କିଣି ଖାଇବାକୁ ଦେଇଛନ୍ତି ।
ଏଭଳି ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଙ୍ଗେସଙ୍ଗେ ବିଦ୍ୟାଳୟ କମିଟିକୁ ଡକାଇଥିଲେ ଓ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡକାଇ ଆଲୋଚନା କରିଥିଲେ ବି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଙ୍କ ସହ ଝଗଡା କରିଥିବା ପ୍ରଧାନ ଶତକ୍ଷୟତ୍ରୀ କହିଛନ୍ତି ।
Powered by Froala Editor