ଏହା କରନ୍ତୁ ସ୍ଲିମ ରୁହନ୍ତୁ

ଆଜି କାଲି ସ୍ଲିମ୍ ରହିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ନିଜକୁ ସ୍ଲିମ୍ ରଖିବାକୁ ଲୋକେ ଅନେକ ପନ୍ଥା ଆପଣାଉଛନ୍ତି । ତେମେ ଚାହିଁଲେ ବି ସହଜରେ ଓଜନ ହ୍ରାସ କରିପାରୁନାହାନ୍ତି କି? ତେବେ ସ୍ଲିମ ହେବା ପାଇଁ କେତେକ ସହଜ ଉପାୟ ଜାଣନ୍ତୁ । ଏହି ଉପାୟ ଗୁଡିକ ଘରେ ବସି ନିଜେ କରିପାରିବେ । ଅସନ୍ତୁ ଜାଣିବା ସେହିସବୁ ଉପାୟ,
୧. ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ କିମ୍ବା ଦୁଇଟି ଟମାଟୋ ଖାଆନ୍ତୁ ।
୨. ଏକ ଗ୍ଲାସ ପାଣିରେ ୩ଚାମଚ ଲେମ୍ବୁରସ, ଦୁଇ ଚିମୁଟାଏ ଗୋଲମରିଚ ଗୁଣ୍ଡ ଓ ଏକଚାମଚ ମହୁ ମିଶାଇ ପିଅନ୍ତୁ ।
୩. ଏକ ଗ୍ଲାସ ପାଣିରେ ଅଦା ଓ ଲେମ୍ବୁ ରସ ମିଶାଇ ଗରମ କରି ପିଅନ୍ତୁ ।
୪. ଅଙ୍ଗୁର, ଅମୃତଭଣ୍ଡା, ସପୁରୀ, ସେଓ ଓ ବିନସ୍, ଲିଚୁ ଆଦି ଫଳ ଖାଦ୍ୟରେ ସାମିଲ କରନ୍ତୁ ।
୫. ଅଧିକ ଲୁଣ ଖାଆନ୍ତୁ ନାହିଁ, ଏହା ଆପଣଙ୍କୁ ମୋଟା କରାଇଦେବ ।
୬. ଭାତ ଓ ଆଳୁ ଅଧିକ ଖାଆନ୍ତୁ ନାହିଁ । ଯେତେ ସମ୍ଭବ କମ ଭାତ ଖାଆନ୍ତୁ । ଏହାସହିତ ଖାଇ ସାରିବା ପରେ ସଙ୍ଗେସଙ୍ଗେ ଶୁଅନ୍ତୁ ନାହିଁ । ଖାଇ ସାରି କିଛି ସମୟ ଚାଲନ୍ତୁ । ଏକାବେଳେ ପେଟପୂରା ଖାଆନ୍ତୁ ନାହିଁ । ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ । ଏପରି କରିବା ଦ୍ୱାରା ଆପଣ ଖୁବ ଶୀଘ ସ୍ଲିମ୍ ହୋଇଯିବେ ।
Powered by Froala Editor