Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ...

  • ଇଣ୍ଡିଗୋ ବିମାନରେ ବୋମା ଧମକ

  • ସେନା ଘାଟି ଉପରେ ବିସ୍ଫୋରଣ

  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

ବିଶେଷ
Home ›› ବିଶେଷ ››ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ଜାଣନ୍ତୁ.....

ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ଜାଣନ୍ତୁ.....

2022-05-03 03:30:03
14383
Share:
Facebook
Twitter
E-Mail
WhatsApp
Telegram
ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ଜାଣନ୍ତୁ.....

ବିବାହ ପରେ ବାପଘର ଏରୁଣ୍ଡି ଡେ଼ଇଁ ଯେବେ ସ୍ୱାମୀଙ୍କ ହାତ ଧରି ନାରୀ ଟିଏ ଶାଶୁଘରେ ପାଦ ଦିଏ, ସେଠାରୁ ଆରମ୍ଭ ହୁଏ ଦାମ୍ପତ୍ୟ ଜୀବନ । ଏହି ସମ୍ପର୍କରେ ଭରିରହିଥାଏ ସ୍ନେହ, 

ଶ୍ରଦ୍ଧା ଓ ଭଲ ପାଇବା ଆଉ କର୍ତ୍ତବ୍ୟବୋଧ। ଆଉ ଯେଉଁ ଦମ୍ପତି ଏସବୁକୁ ମନ୍ତ୍ର ଭାବି ଦୁଇ ଶରୀର ଏକମନ ହୋଇ ଜୀବନ ଯାତ୍ରାରେ ଆଗେଇ ଚାଲନ୍ତି, ସେମାନେ ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ ଦମ୍ପତି…

ବିଶ୍ୱାସ ବାନ୍ଧେ ସୂତା ଖିଅ: ଦାମ୍ପତ୍ୟ ସମ୍ପର୍କର ମୂଳଦୁଆ ହେଉଛି ପରସ୍ପର ପ୍ରତି ଅତୁଟ ବିଶ୍ୱାସ; ଯାହା ଥରେ ଭାଙ୍ଗିଲେ ପୁନର୍ବାର ସୃଷ୍ଟି ହେବା ଖୁବ୍‌ କଷ୍ଟ। ତେଣୁ ସର୍ବଦା ପରସ୍ପର ପ୍ରତି ବିଶ୍ୱସନୀୟ ହେବାକୁ ଚେଷ୍ଟା କରନ୍ତୁ। ସର୍ବଦା ନିଜ ଭିତରେ ବୁଝାମଣା ଠିକ୍‌ ରଖନ୍ତୁ, କାରଣ ବୁଝାମଣା ଅଭାବରୁ ଅବିଶ୍ୱାସ ଜନ୍ମିଥାଏ। ନିଜେ ମଧ୍ୟ କେବେ ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପ୍ରତି ସ୍ବାମୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିବାର ସୁଯୋଗ ଦେବ। ଯଦି କେବେ ଏଭଳି ପରିସ୍ଥିତି ଉପୁଜେ ଝଗଡ଼ା କରିବା କିମ୍ବା ସମ୍ପୂର୍ଣ୍ଣ ଚୁପ୍‌ ରହି ସମ୍ପର୍କରେ ଫାଟ ସୃଷ୍ଟି କରିବା ପରିବର୍ତ୍ତେ ଥଣ୍ଡା ମନରେ ଏହି କାରଣର ସମାଧାନ କରିବାକୁ ପରସ୍ପରକୁ ସୁଯୋଗ ଦିଅନ୍ତୁ। ମନେରଖନ୍ତୁ ଦାମ୍ପତ୍ୟ ସମ୍ପର୍କ ମଝିରେ କେବେ ତୃତୀୟ ଲୋକଙ୍କୁ ସମାଧାନ ପାଇଁ ନ ଆଣିବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ।

ପରସ୍ପର ପ୍ରତି ସମ୍ମାନ: ଏକ ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ହେଉଛି ପରସ୍ପର ପ୍ରତି ସମ୍ମାନ। କାରଣ ଅନ୍ୟକୁ ସମ୍ମାନ ନ କରିବା ବା ନୀଚା ଦେଖାଇବା ଦ୍ୱାରା ମାନସିକ ସ୍ତରରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥାଏ। କେବେ କେବେ ଏହାଦ୍ୱାରା ଆତ୍ମସମ୍ମାନ ହାନି ହେବା ଯୋଗୁ ମତାନ୍ତର ଏବଂ ମନାନ୍ତରର କାରଣ ସାଜେ ଓ ଦୁହିଁଙ୍କୁ ଏକ ମନ ହୋଇ ଜୀବନପଥରେ ଚାଲିବା କଷ୍ଟକର ହୋଇପଡ଼େ।

ସନ୍ଦେହର ନାହିଁ ସ୍ଥାନ: ସନ୍ଦେହ ଏମିତି ଏକ ନୀରବ ଦସ୍ୟୁ, ଯାହା କି ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ବିଶେଷକରି ଅନେକ ଦାମ୍ପତ୍ୟ ଜୀବନ ବିଚ୍ଛେଦର ଏହା ହିଁ ସବୁଠୁ ବଡ଼ କାରଣ। ଅନେକ କ୍ଷେତ୍ରରେ ଦେଖାଯାଏ, କେହି କେହି ନିଜ ପାର୍ଟନରଙ୍କୁ ସନ୍ଦେହ କରି ଅଯଥାରେ ମତାନ୍ତର, ମନାନ୍ତରଠାରୁ ଆରମ୍ଭ କରି ଅନୁପସ୍ଥିତିରେ ତାଙ୍କ ମୋବାଇଲ୍‌ରେ ମେସେଜ, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର ଆଦି ଚେକ୍‌ କରିବାକୁ ବି ପଛାନ୍ତି ନାହିଁି। କେହି କେହି ବାସ୍ତବ ନ ଜାଣି ଅନ୍ୟ କଥାରେ ଭାସିଯାଇ ନିଜ ପାର୍ଟନରଙ୍କୁ ସନ୍ଦେହ କରିବା ସହ ତାଙ୍କ କଥାକୁ ମିଛ ବୋଲି ଭାବି ନିଅନ୍ତି; ଯାହାଦ୍ୱାରା ସମ୍ପର୍କର ଡୋରି ଦୁର୍ବଳ ହୋଇପଡ଼େ। ତେଣୁ ନିଜ ସମ୍ପର୍କକୁ ଏଭଳି ନିବିଡ଼ କରିବାକୁ ଚେଷ୍ଟା କରନ୍ତୁ, ଯେଉଁଠି ସନ୍ଦେହର ପ୍ରଶ୍ନ ହିଁ ଉଠିବା ଅସମ୍ଭବ ହୋଇଯିବ।

ହୁଅନ୍ତୁ ପରସ୍ପର ପ୍ରତି ସଚ୍ଚୋଟ: ନିଜ ଜୀବନସାଥୀଙ୍କ ଆଗରେ କିଛି ଲୁଚାଇବାର ଅର୍ଥ ଅବିଶ୍ୱାସ ଏବଂ ସନ୍ଦେହର ମଞ୍ଜିବୁଣିବା; ଯାହା କି ସମ୍ପର୍କରେ ଫାଟ ସୃଷ୍ଟି କରିବା ଲାଗି ଯଥେଷ୍ଟ। ତେଣୁ ପରସ୍ପର ପ୍ରତି ସର୍ବଦା ସବୁବେଳେ ହୃଦୟ ଖୋଲା ରଖନ୍ତୁ ଏବଂ ସଚ୍ଚୋଟ ହୁଅନ୍ତୁ। ଏହା ସମ୍ପର୍କର ଡୋରକୁ ମଜଭୁତ କରିଥାଏ।

ପରିସ୍ଥିତିକୁ ବୁଝନ୍ତୁ୍‌: ସମ୍ପର୍କ ଭଲ ରଖିବାକୁ ହେଲେ ଜୀବନସାଥୀ ଉଭୟ ଉଭୟଙ୍କ ପରିସ୍ଥିତି ବୁଝିବା ଆବଶ୍ୟକ। ହେଲେ ଅନେକଙ୍କ କ୍ଷେତ୍ରରେ ପରିସ୍ଥିତି ନ ବୁଝି ଅଯଥା ଜିଦ୍‌ କରିବା ଭଳି ସାମାନ୍ୟ କାରଣରୁ ଝଗଡ଼ା ସୃଷ୍ଟି ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ତିକ୍ତତା ଭରି ଦେଇଥାଏ। ତେଣୁ ନିଜ ଜୀବନସାଥୀଙ୍କ ମାନସିକ ଏବଂ ଆର୍ଥିକ ସ୍ଥିତି ନ ବୁଝି ନିଜ ଇଚ୍ଛା ପୂରଣ କରିବାକୁ ଜିଦ୍‌ କରନ୍ତୁ ନାହିଁ।

ସ୍ନେହଭରା କଥା ଯୋଡ଼ିରଖେ ସମ୍ପର୍କ: ପରସ୍ପର ପ୍ରତି ଆଚରଣ ଏବଂ ଉଚ୍ଚାରଣ ଠିକ୍‌ ରହିଲେ ଦାମ୍ପତ୍ୟ ଜୀବନ ମଧୁର ହୋଇଥାଏ। ହେଲେ କେବେ କେବେ ମନ ଭଲ ନ ଥିଲେ କିମ୍ବା କୌଣସି ଟେନ୍‌ସନ୍‌ ଥିଲେ ଅନେକେ ରାଗରେ କଟୁ କଥା କହି ବସନ୍ତି, ଯାହା କି ନିଜ ସାଥୀଙ୍କ ମନ ଭିତରେ ରହିଯାଏ ଏବଂ କ୍ରମଶଃ ଉଭୟଙ୍କ ମଧ୍ୟରେ ଦୂରତା ବି ବଢ଼ି ବଢ଼ି ଚାଲେ। ତେଣୁ ରାଗ ସମୟରେ ନୀରବ ରହିବାକୁ ଚେଷ୍ଟା କରନ୍ତୁ। ମନେରଖନ୍ତୁ, ସ୍ନେହଭରା ଦୁଇ ପଦ ମିଠା କଥା ବି ସମ୍ପର୍କକୁ ମଧୁର କରିଥାଏ। ତେଣୁ କ୍ରୋଧରେ ଏମିତି କିଛି କଟୁ କଥା କହିବାଠୁ ନିଜକୁ ନିବୃତ୍ତ ରଖନ୍ତୁ, ଯାହା କି ସମ୍ପର୍କରେ ତିକ୍ତତା ଆଣିବ।

ଅନ୍ୟ ସହ କରନ୍ତୁନି ତୁଳନା: ଥରେ ଦାମ୍ପତ୍ୟ ସମ୍ପର୍କ ଯୋଡ଼ି ହେବା ପରେ ନିଜ ଜୀବନସାଥୀ ଯେଉଁଭଳି ତାଙ୍କୁ ସେହି ଭଳି ସ୍ବୀକାର କରନ୍ତୁ ଏବଂ ସେତିକିରେ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତୁ। କାରଣ କେତେକ କ୍ଷେତ୍ରରେ ଦେଖାଯାଏ, ଅନେକେ ସବୁବେଳେ ନିଜ ପାର୍ଟନରଙ୍କ ତୁଳନା ଅନ୍ୟ ସହ କରନ୍ତି, ହେଲେ ଏହା ଯେ ତାଙ୍କୁ ମାନସିକ ଆଘାତ ଦେଉଥିବ ସେକଥା ଭୁଲିଯାଆନ୍ତି; ଯାହା କି ଧୀରେ ଧୀରେ ମନାନ୍ତରର କାରଣ ସାଜିଥାଏ ଏବଂ ସମ୍ପର୍କକୁ ମଜଭୁତ୍‌ ରଖିବାର ସବୁଠୁ ବଡ଼ ବାଧକ ସାଜିଥାଏ।

ସହନଶୀଳତା ଚାବିକାଠି: ପତିପତ୍ନୀଙ୍କ ମଧ୍ୟରେ କେବେ କେବେ ଛୋଟମୋଟ ଝଗଡ଼ା ହେବା ଏକ ସାଧାରଣ ଘଟଣା। ହେଲେ ଅନେକେ ଏଭଳି ପରିସ୍ଥିତିରେ ଝଗଡ଼ାର ସମାଧାନ କରିବା ବଦଳରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏହା ଦ୍ୱାରା କେବେ କେବେ କମ୍ୟୁନିକେଶନ ଗ୍ୟାପ୍‌ ତ କେବେ କେବେ ଦୂରତା ବଢ଼ିଥାଏ। ତେଣୁ ଏପରି ହେବାକୁ ଆଦୌ ନ ଦେଇ ଝଗଡ଼ା ପରିସ୍ଥିତି ଉପୁଜିଲେ ଏହାର ସମାଧାନ ପାଇଁ ସହନଶୀଳତା ହିଁ ସବୁଠୁ ବଡ଼ ଚାବିକାଠି। ତେଣୁ ଝଗଡ଼ା ସମୟରେ ନୀରବ ରହି ପରବର୍ତ୍ତୀ ସମୟରେ ଏହାକୁ ଭୁଲି ପୁନର୍ବାର ପୂର୍ବ ପରି ହସ ଖୁସିରେ ଚଳିବା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ

Powered by Froala Editor

Tags Couple

Related articles Odisha News Lens 4.1

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

    15620
    Sep 30, 2025
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...
    ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...

    14382
    Oct 01, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13967
    Sep 30, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି
    ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14344
    Oct 03, 2025
  •  ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14222
    Oct 01, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15252
    Oct 01, 2025
  • ସେନା ଘାଟି ଉପରେ ବିସ୍ଫୋରଣ
    ଦେଶ-ଦେଶାନ୍ତର

    ସେନା ଘାଟି ଉପରେ ବିସ୍ଫୋରଣ

    16088
    Sep 30, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15934
    Sep 30, 2025
  • ଇଣ୍ଡିଗୋ ବିମାନରେ ବୋମା ଧମକ
    ଦେଶ-ଦେଶାନ୍ତର

    ଇଣ୍ଡିଗୋ ବିମାନରେ ବୋମା ଧମକ

    15045
    Sep 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ଜାଣନ୍ତୁ ?

    14382
    Oct 01, 2025
  • ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15252
    Oct 01, 2025
  • ବିଶେଷ

    ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15492
    Sep 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16758
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16860
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17217
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15672
    Apr 03, 2021

ବିଶେଷ

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14344
    Oct 03, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15492
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14587
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15064
    Sep 29, 2025
  • ଶୁଭ କଳସ ବସାଇବାର କିଛି ନିୟମ

    15423
    Sep 27, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14247
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14046
    Sep 16, 2025
  • ଶସ୍ତା ହେଲା ସୁନା

    14373
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14947
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14222
    Oct 01, 2025
  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

    15620
    Sep 30, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15252
    Oct 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In