ପିଉଛନ୍ତି କି ଅଦା ଚା’, ଦେଖାଦେଇପାରେ ସମସ୍ୟା

ଅଦା ଚା’ ଆବଶ୍ୟକରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ଦେଖାଦେଇପାରେ। ଅଦା ଖାଦ୍ୟ ହଜମ କରିବାରେ ସାହାଯ୍ୟକରେ। ହେଲେ ଅଦାରେ ଥିବା ଜିଞ୍ଜୋରୋଲସ୍ ନାମକ ଉପାଦାନ ଅଧିକ ହେଲେ ପେଟରେ ଏସିଡ୍ ସୃଷ୍ଟି କରେ। ତେଣୁ ଅଧିକ ଅଦା ଚା’ ପିଇବା ଦ୍ୱାରା ପେଟ ଜଳାପୋଡ଼ା ହୋଇଥାଏ।
ହାଇ ବ୍ଲଡ୍ ପ୍ରେସର ରୋଗୀଙ୍କ ପାଇଁ ଅଦା ଚା’ ଭଲ। ହେଲେ ଆବଶ୍ୟକରୁ ଅଧିକ କ୍ଷତିକାରକ ହୋଇପାରେ। କିନ୍ତୁ ଲୋ ବ୍ଲଡ୍ ପ୍ରେସର ରୋଗୀ ଏହାକୁ ପିଇବା ଦ୍ୱାରା ମୁଣ୍ଡ ବୁଲାଇବା ଏବଂ ଦୁର୍ବଳ ଲାଗିବା ପରି ସମସ୍ୟା ଦେଖାଯାଏ।
- ଗର୍ଭବତୀ ମହିଳାମାନେ ଅଧକପ୍ରୁ ଅଧିକ ଚା’ ପିଇଲେ ପେଟରେ ଯନ୍ତ୍ରଣା ହେବା ସହ ଗର୍ଭସ୍ଥ ଶିଶୁକୁ ହାନି ପହଞ୍ଚାଇପାରେ।
- ଅଧିକାଂଶ ମହିଳା କାମ ଯୋଗୁ ଅନିଦ୍ରା ରହିବା ପାଇଁ ଚା’ ପିଇଥାନ୍ତି। କିନ୍ତୁ ଅଧିକ ଅଦା ଚା’ ପିଇବା ଦ୍ୱାରା ଆପଣ ନିଦ୍ରାହୀନତାର ଶିକାର ହୋଇପାରନ୍ତି।
- ଅଦା ଶରୀରରେ ଶର୍କରା ମାତ୍ରା କମାଇ ଦେଇଥାଏ। ତେଣୁ ଲୋ ସୁଗାରରେ ପୀଡ଼ିତ ମହିଳାମାନେ ଅଦା ଚା’ ପିଇବା ଠିକ୍ ନୁହେଁ।
Powered by Froala Editor