Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ ...

  • ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ...

  • ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ...

  • ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ...

  • କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ଫାଇଲ ...

  • ବିଜୟଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ...

  • ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ...

  • ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ...

  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ...

  • H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ମୂର୍ତ୍ତି କାରୀଗରରୁ ମ୍ୟୁଜିକ୍ କମ୍ପୋଜର ରବି ବସରୁର୍‌

ମୂର୍ତ୍ତି କାରୀଗରରୁ ମ୍ୟୁଜିକ୍ କମ୍ପୋଜର ରବି ବସରୁର୍‌

2022-05-02 06:53:28
16785
Share:
Facebook
Twitter
E-Mail
WhatsApp
Telegram
ମୂର୍ତ୍ତି କାରୀଗରରୁ ମ୍ୟୁଜିକ୍ କମ୍ପୋଜର ରବି ବସରୁର୍‌

ନୂଆଦିଲ୍ଲୀ: କେଜିଏଫ୍-୨ ଫିଲ୍ମ ଏବେ ସାରା ଦେଶରେ ପକାଇଛି ଚହଳ । ଏହାର ସଙ୍ଗୀତ ଠାରୁ ଆରମ୍ଭ କରି ଅଭିନୟ ସବୁକିଛି ଦର୍ଶକଙ୍କୁ କରିଛି ପାଗଳ । ଫିଲ୍ମର ନିର୍ମାତା ମଧ୍ୟ ଏହାର ପ୍ରତ୍ୟେକ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଏହା ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୃଦ୍ଧଙ୍କ ପର‌୍ୟ୍ୟନ୍ତ ସଭିଙ୍କ ମନକୁ ଛୁଇଁଛି । ଇତିମଧ୍ୟରେ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଦେଇଥିବା ରବି ବସରୁର୍‌ଙ୍କ ବିଷୟରେ ଆସିଛି କିଛି ରୋଚକ ତଥ୍ୟ । ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ ନିଜେ ଖୁଲାସା କରିଛନ୍ତି ରବି ।

ଦିନେ ସେ ମୂର୍ତ୍ତି କାରୀଗର ଭାବେ ପରିବାର ଲୋକଙ୍କ ସହିତ କାମ କରୁଥିଲେ । ହେଲେ ସଙ୍ଗୀତ ପ୍ରତି ଥିବା ତାଙ୍କ ଭଲ ପାଇବା ଓ ଆଗ୍ରହ ଆଜି ତାଙ୍କୁ ଜଣେ ସଫଳ ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପୋଜର ଭାବେ ପରିଚିତ କରାଇଛି । ତେବେ ଏଥିପାଇଁ ତାଙ୍କୁ ଅନେକ ଘାତ ପ୍ରତିଘାତ ସହିବାକୁ ପଡ଼ିଛି । ବହୁ ସଂଘର୍ଷ ପରେ ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ।

ରବି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନେ ପରିବାର ଲୋକେ ତାଙ୍କୁ କିରଣ ବୋଲି ଡାକୁଥିଲେ । ରବିଙ୍କ ୪ ଭାଇ ଭଉଣୀ । ପରିବାର ଲୋକେ ମୂର୍ତ୍ତି କାମ କରୁଥିଲେ । ପିଲାଦିନୁ ରବିଙ୍କ ଗୀତ ପ୍ରତି ଦୁର୍ବଳତା ଥିଲା । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ରବିଙ୍କ ପ୍ରତିଭା ପିଲାଟି ଦିନରୁ ଜଣାପଡ଼ିଥିଲା । ହେଲେ ସଙ୍ଗୀତ ସାଧନା ପାଇଁ ପରିବାର ଲୋକଙ୍କ ପାଖରେ ସମ୍ବଳ ନଥିଲା । ତେଣୁ ସେ ବାଧ୍ୟ ହୋଇ ଚୁପ୍ ରହିଥିଲେ । ହେଲେ ଜୀବନ ଯୁଦ୍ଧରେ ହାରି ଯାଇନଥିଲେ । ସବୁପରେ ବି ସଙ୍ଗୀତକୁ ଛାଡ଼ି ପାରିନଥିଲେ । ଘରେ ସବୁବେଳେ ଭଜନ ବଜାଉଥିଲେ । ଆଉ ଏହାକୁ ମନ ଦେଇ ଶୁଣିବା ସହିତ କିଛି କିଛି ଶିଖିବାକୁ ଚେଷ୍ଟା କରୁଥିଲେ ।

ପିଲାଦିନେ ପଢ଼ାରେ ଦୁର୍ବଳ ଥିଲେ ରବି । ୮ମ ଶ୍ରେଣୀରେ ଫେଲ୍ ହୋଇଥିଲେ । ୧୦ ଶ୍ରେଣୀରେ କଷ୍ଟେ ମଷ୍ଟେ ପାସ୍ କରିଗଲେ । ୧୪ ବର୍ଷରେ ସେ ମୂର୍ତ୍ତି ଗଢ଼ିବା ଶିଖିବା ପାଇଁ ଏବଂ କନ୍ନଡ ଚଳଚ୍ଚିତ୍ର ଜଗତ ସହିତ ଯୋଡି ହେବା ପାଇଁ ବେଙ୍ଗାଲୁରୁ ପଳାଇ ଆସିଥିଲେ । ସେଠାରେ ସେ ସକାଳେ ମୂର୍ତ୍ତି ତିଆରି କରୁଥିଲେ । ସନ୍ଧ୍ୟାରେ ସଙ୍ଗୀତ କମ୍ପୋଜ୍ କରିବାରେ ଲାଗି ପଡୁଥିଲେ । ବେଙ୍ଗାଲୁରୁରେ ଏଭଳି ଭାବେ କିଛିଦିନ କଟିଥିଲା । ଏହାପରେ ସେ ବମ୍ବେ ଚାଲିଗଲେ । ସେଠାରେ ସକାଳେ ମୂର୍ତ୍ତି ତିଆରି କଲେ । ରାତିରେ ପବ୍ ଗଲେ । ପବ୍‌ରେ ସେ ବଲିଉଡ୍ ମ୍ୟୁଜିସିଆନ୍ କିମ୍ବା ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଭେଟି ତାଙ୍କ କାମ ଦେଖାଇବାକୁ ଚାହୁଁଥିଲେ । ସେ ସମୟରେ ଯେତିକି ରୋଜଗାର ହେଉଥିଲା ସେଥିରେ ସେ ନିଜେ ଚଳିବା କଷ୍ଟକର ହୋଇପଡୁଥିଲା । ଘରକୁ ଆର୍ଥିକ ସାହାଯ୍ୟ କରିବାକୁ ଇଛା ଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ଘର ପାଇଁ ହୋଇଥିବା ଏକ ଋଣର ବୋଝ ପରିବାର ଲୋକଙ୍କୁ ଚାପରେ ରଖୁଥିଲା । ଏହାପରେ ରବି ଏକ ବଡ ନିଷ୍ପତ୍ତି ନେଇଥିଲେ । ମାଙ୍ଗଲୋରର ଏକ ହସ୍ପିଟାଲ୍ ଯାଇ ସେ ତାଙ୍କ କିଡ୍‌ନି ବିକିବା ନେଇ କଥାହେଲେ । ଏହାପରେ ତାଙ୍କୁ ଓଟି ନିଆଗଲା । ସେଠାକୁ ଯିବା ପରେ ରବି ଏକଦମ୍ ଭୟଭୀତ ହୋଇଗଲେ । ତାଙ୍କୁ ଲାଗିଲା, କାଳେ ତାଙ୍କର ୨ଟି କିଡ୍‌ନି ନେଇଯିବେ । ତେଣୁ ସେ ଟଏଲେଟ୍ କହି ବାହାରକୁ ଆସିଗଲେ । ଆଉ ଓଟି ଭିତରକୁ ଗଲେନି । ଏହାପରେ ସେ ଡାକ୍ତରଙ୍କୁ ତାଙ୍କ ସମସ୍ୟା ବିଷୟରେ କହିଲେ, ପରେ ତାଙ୍କୁ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି ମିଳିଲା । ଏହାପରେ ଧୀରେ ଧୀରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା ।

ତାଙ୍କର ଜଣେ ବନ୍ଧୁ ତାଙ୍କ ପାଇଁ ବେଙ୍ଗାଲୁରୁର ଏକ ରେଡିଓ ଷ୍ଟେସନରେ ଚାକିରି ଖୋଜିଦେଲେ । ସେଠାରେ ତାଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିଲା । ସେଠାରୁ ତାଙ୍କୁ ପ୍ରଥମ ଫିଲ୍ମ ପାଇଁ ଅଫର ଆସିଥିଲା । ଏହାକୁ ହାତ ଛଡ଼ା କରିନଥିଲେ ରବି । ଯେତିକି ପାରିଶ୍ରମିକ ମିଳୁଥିଲା ସେଥିରେ ସେ ଫିଲ୍ମ କରିବାକୁ ରାଜି ହୋଇଥିଲେ । ଏଭଳି ଭାବେ ସଫଳତାର ଗୋଟିଏ ପରେ ଗୋଟେ ପାହାଚ ଚଢ଼ି ଚାଲିଲେ । ଇତିମଧ୍ୟରେ ସେ ୬୪ଟି ଫିଲ୍ମରେ କାମ କରି ସାରିଲେଣି । କେଜିଏଫ୍-୨ ଫିଲ୍ମରେ ସେ ପ୍ରଥମ ଥର ମ୍ୟୁଜିକ୍ ଡିରେକ୍ଟର ଭାବେ କରିଛନ୍ତି । ଆଉ ଏଥିରେ ସେ ସଫଳତା ପାଇଛନ୍ତି । ଏଥିପାଇଁ ତାଙ୍କୁ ସାହାଯ୍ୟ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Powered by Froala Editor

Tags Ravi-Basrur

Related articles Odisha News Lens 4.1

  • H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ
    ଦେଶ-ଦେଶାନ୍ତର

    H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ

    14043
    Aug 24, 2026
  • ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ୟୁପିଏସସି ସ୍ୱପ୍ନ
    ଦେଶ-ଦେଶାନ୍ତର

    ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ୟୁପିଏସସି ସ୍ୱପ୍ନ

    15597
    Aug 25, 2026
  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ
    ମନୋରଞ୍ଜନ

    ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ

    14356
    Aug 24, 2026
  • କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ଫାଇଲ ପୁଣି ଖୋଲିଲା
    ଦେଶ-ଦେଶାନ୍ତର

    କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ଫାଇଲ ପୁଣି ଖୋଲିଲା

    15325
    Aug 25, 2026
  • ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ
    ଦେଶ-ଦେଶାନ୍ତର

    ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ

    13761
    Aug 24, 2026
  •  ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ
    ଦେଶ-ଦେଶାନ୍ତର

    ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    15047
    Aug 25, 2026
  •  ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ତିନି ନବଜାତ ଶିଶୁଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ତିନି ନବଜାତ ଶିଶୁଙ୍କ ମୃତ୍ୟୁ

    14166
    Aug 24, 2026
  • ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ଆଦେଶ ଦେଇପାରିବେ ନାହିଁ: ହାଇକୋର୍ଟ
    ଦେଶ-ଦେଶାନ୍ତର

    ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ଆଦେଶ ଦେଇପାରିବେ ନାହିଁ: ହାଇକୋର୍ଟ

    13416
    Aug 25, 2026
  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ
    ଦେଶ-ଦେଶାନ୍ତର

    ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ

    15152
    Aug 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    15047
    Aug 25, 2026
  • ଦେଶ-ଦେଶାନ୍ତର

    ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ୟୁପିଏସସି ସ୍ୱପ୍ନ

    15597
    Aug 25, 2026
  • ଦେଶ-ଦେଶାନ୍ତର

    ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ଆଦେଶ ଦେଇପାରିବେ ନାହିଁ: ହାଇକୋର୍ଟ

    13416
    Aug 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17052
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17681
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17724
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18121
    Sep 06, 2023

ବିଶେଷ

  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15092
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15565
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16096
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    14012
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    15036
    Aug 13, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15975
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14010
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14275
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14400
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ଆଦେଶ ଦେଇପାରିବେ ନାହିଁ: ହାଇକୋର୍ଟ

    13416
    Aug 25, 2026
  • ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ୟୁପିଏସସି ସ୍ୱପ୍ନ

    15597
    Aug 25, 2026
  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ

    15152
    Aug 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In