Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, August 08, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ...

  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ...

  • ଲଣ୍ଡନରେ ‘କଲ୍ ହୋ ନା ହୋ’

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ...

  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ...

  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ...

  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ...

  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ମୂର୍ତ୍ତି କାରୀଗରରୁ ମ୍ୟୁଜିକ୍ କମ୍ପୋଜର ରବି ବସରୁର୍‌

ମୂର୍ତ୍ତି କାରୀଗରରୁ ମ୍ୟୁଜିକ୍ କମ୍ପୋଜର ରବି ବସରୁର୍‌

2022-05-02 12:23:28
16453
Share:
Facebook
Twitter
E-Mail
WhatsApp
Telegram
ମୂର୍ତ୍ତି କାରୀଗରରୁ ମ୍ୟୁଜିକ୍ କମ୍ପୋଜର ରବି ବସରୁର୍‌

ନୂଆଦିଲ୍ଲୀ: କେଜିଏଫ୍-୨ ଫିଲ୍ମ ଏବେ ସାରା ଦେଶରେ ପକାଇଛି ଚହଳ । ଏହାର ସଙ୍ଗୀତ ଠାରୁ ଆରମ୍ଭ କରି ଅଭିନୟ ସବୁକିଛି ଦର୍ଶକଙ୍କୁ କରିଛି ପାଗଳ । ଫିଲ୍ମର ନିର୍ମାତା ମଧ୍ୟ ଏହାର ପ୍ରତ୍ୟେକ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଏହା ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୃଦ୍ଧଙ୍କ ପର‌୍ୟ୍ୟନ୍ତ ସଭିଙ୍କ ମନକୁ ଛୁଇଁଛି । ଇତିମଧ୍ୟରେ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଦେଇଥିବା ରବି ବସରୁର୍‌ଙ୍କ ବିଷୟରେ ଆସିଛି କିଛି ରୋଚକ ତଥ୍ୟ । ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ ନିଜେ ଖୁଲାସା କରିଛନ୍ତି ରବି ।

ଦିନେ ସେ ମୂର୍ତ୍ତି କାରୀଗର ଭାବେ ପରିବାର ଲୋକଙ୍କ ସହିତ କାମ କରୁଥିଲେ । ହେଲେ ସଙ୍ଗୀତ ପ୍ରତି ଥିବା ତାଙ୍କ ଭଲ ପାଇବା ଓ ଆଗ୍ରହ ଆଜି ତାଙ୍କୁ ଜଣେ ସଫଳ ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପୋଜର ଭାବେ ପରିଚିତ କରାଇଛି । ତେବେ ଏଥିପାଇଁ ତାଙ୍କୁ ଅନେକ ଘାତ ପ୍ରତିଘାତ ସହିବାକୁ ପଡ଼ିଛି । ବହୁ ସଂଘର୍ଷ ପରେ ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ।

ରବି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନେ ପରିବାର ଲୋକେ ତାଙ୍କୁ କିରଣ ବୋଲି ଡାକୁଥିଲେ । ରବିଙ୍କ ୪ ଭାଇ ଭଉଣୀ । ପରିବାର ଲୋକେ ମୂର୍ତ୍ତି କାମ କରୁଥିଲେ । ପିଲାଦିନୁ ରବିଙ୍କ ଗୀତ ପ୍ରତି ଦୁର୍ବଳତା ଥିଲା । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ରବିଙ୍କ ପ୍ରତିଭା ପିଲାଟି ଦିନରୁ ଜଣାପଡ଼ିଥିଲା । ହେଲେ ସଙ୍ଗୀତ ସାଧନା ପାଇଁ ପରିବାର ଲୋକଙ୍କ ପାଖରେ ସମ୍ବଳ ନଥିଲା । ତେଣୁ ସେ ବାଧ୍ୟ ହୋଇ ଚୁପ୍ ରହିଥିଲେ । ହେଲେ ଜୀବନ ଯୁଦ୍ଧରେ ହାରି ଯାଇନଥିଲେ । ସବୁପରେ ବି ସଙ୍ଗୀତକୁ ଛାଡ଼ି ପାରିନଥିଲେ । ଘରେ ସବୁବେଳେ ଭଜନ ବଜାଉଥିଲେ । ଆଉ ଏହାକୁ ମନ ଦେଇ ଶୁଣିବା ସହିତ କିଛି କିଛି ଶିଖିବାକୁ ଚେଷ୍ଟା କରୁଥିଲେ ।

ପିଲାଦିନେ ପଢ଼ାରେ ଦୁର୍ବଳ ଥିଲେ ରବି । ୮ମ ଶ୍ରେଣୀରେ ଫେଲ୍ ହୋଇଥିଲେ । ୧୦ ଶ୍ରେଣୀରେ କଷ୍ଟେ ମଷ୍ଟେ ପାସ୍ କରିଗଲେ । ୧୪ ବର୍ଷରେ ସେ ମୂର୍ତ୍ତି ଗଢ଼ିବା ଶିଖିବା ପାଇଁ ଏବଂ କନ୍ନଡ ଚଳଚ୍ଚିତ୍ର ଜଗତ ସହିତ ଯୋଡି ହେବା ପାଇଁ ବେଙ୍ଗାଲୁରୁ ପଳାଇ ଆସିଥିଲେ । ସେଠାରେ ସେ ସକାଳେ ମୂର୍ତ୍ତି ତିଆରି କରୁଥିଲେ । ସନ୍ଧ୍ୟାରେ ସଙ୍ଗୀତ କମ୍ପୋଜ୍ କରିବାରେ ଲାଗି ପଡୁଥିଲେ । ବେଙ୍ଗାଲୁରୁରେ ଏଭଳି ଭାବେ କିଛିଦିନ କଟିଥିଲା । ଏହାପରେ ସେ ବମ୍ବେ ଚାଲିଗଲେ । ସେଠାରେ ସକାଳେ ମୂର୍ତ୍ତି ତିଆରି କଲେ । ରାତିରେ ପବ୍ ଗଲେ । ପବ୍‌ରେ ସେ ବଲିଉଡ୍ ମ୍ୟୁଜିସିଆନ୍ କିମ୍ବା ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଭେଟି ତାଙ୍କ କାମ ଦେଖାଇବାକୁ ଚାହୁଁଥିଲେ । ସେ ସମୟରେ ଯେତିକି ରୋଜଗାର ହେଉଥିଲା ସେଥିରେ ସେ ନିଜେ ଚଳିବା କଷ୍ଟକର ହୋଇପଡୁଥିଲା । ଘରକୁ ଆର୍ଥିକ ସାହାଯ୍ୟ କରିବାକୁ ଇଛା ଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ଘର ପାଇଁ ହୋଇଥିବା ଏକ ଋଣର ବୋଝ ପରିବାର ଲୋକଙ୍କୁ ଚାପରେ ରଖୁଥିଲା । ଏହାପରେ ରବି ଏକ ବଡ ନିଷ୍ପତ୍ତି ନେଇଥିଲେ । ମାଙ୍ଗଲୋରର ଏକ ହସ୍ପିଟାଲ୍ ଯାଇ ସେ ତାଙ୍କ କିଡ୍‌ନି ବିକିବା ନେଇ କଥାହେଲେ । ଏହାପରେ ତାଙ୍କୁ ଓଟି ନିଆଗଲା । ସେଠାକୁ ଯିବା ପରେ ରବି ଏକଦମ୍ ଭୟଭୀତ ହୋଇଗଲେ । ତାଙ୍କୁ ଲାଗିଲା, କାଳେ ତାଙ୍କର ୨ଟି କିଡ୍‌ନି ନେଇଯିବେ । ତେଣୁ ସେ ଟଏଲେଟ୍ କହି ବାହାରକୁ ଆସିଗଲେ । ଆଉ ଓଟି ଭିତରକୁ ଗଲେନି । ଏହାପରେ ସେ ଡାକ୍ତରଙ୍କୁ ତାଙ୍କ ସମସ୍ୟା ବିଷୟରେ କହିଲେ, ପରେ ତାଙ୍କୁ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି ମିଳିଲା । ଏହାପରେ ଧୀରେ ଧୀରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା ।

ତାଙ୍କର ଜଣେ ବନ୍ଧୁ ତାଙ୍କ ପାଇଁ ବେଙ୍ଗାଲୁରୁର ଏକ ରେଡିଓ ଷ୍ଟେସନରେ ଚାକିରି ଖୋଜିଦେଲେ । ସେଠାରେ ତାଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିଲା । ସେଠାରୁ ତାଙ୍କୁ ପ୍ରଥମ ଫିଲ୍ମ ପାଇଁ ଅଫର ଆସିଥିଲା । ଏହାକୁ ହାତ ଛଡ଼ା କରିନଥିଲେ ରବି । ଯେତିକି ପାରିଶ୍ରମିକ ମିଳୁଥିଲା ସେଥିରେ ସେ ଫିଲ୍ମ କରିବାକୁ ରାଜି ହୋଇଥିଲେ । ଏଭଳି ଭାବେ ସଫଳତାର ଗୋଟିଏ ପରେ ଗୋଟେ ପାହାଚ ଚଢ଼ି ଚାଲିଲେ । ଇତିମଧ୍ୟରେ ସେ ୬୪ଟି ଫିଲ୍ମରେ କାମ କରି ସାରିଲେଣି । କେଜିଏଫ୍-୨ ଫିଲ୍ମରେ ସେ ପ୍ରଥମ ଥର ମ୍ୟୁଜିକ୍ ଡିରେକ୍ଟର ଭାବେ କରିଛନ୍ତି । ଆଉ ଏଥିରେ ସେ ସଫଳତା ପାଇଛନ୍ତି । ଏଥିପାଇଁ ତାଙ୍କୁ ସାହାଯ୍ୟ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Powered by Froala Editor

Tags Ravi-Basrur

Related articles Odisha News Lens 3.2

  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ
    ଦେଶ-ଦେଶାନ୍ତର

    ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ

    14528
    Aug 08, 2022
  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...
    ଦେଶ-ଦେଶାନ୍ତର

    ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...

    13877
    Aug 08, 2022
  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର

    13699
    Aug 08, 2022
  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା
    ବିଶେଷ

    ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14300
    Aug 08, 2022
  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା
    ଦେଶ-ଦେଶାନ୍ତର

    ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13415
    Aug 08, 2022
  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି
    ଦେଶ-ଦେଶାନ୍ତର

    ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି

    14940
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା
    ବିଶେଷ

    ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13673
    Aug 08, 2022
  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ
    ବିଶେଷ

    ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13263
    Aug 08, 2022
  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍
    ଦେଶ-ଦେଶାନ୍ତର

    ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13726
    Aug 08, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13263
    Aug 08, 2022
  • ଦେଶ-ଦେଶାନ୍ତର

    ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13415
    Aug 08, 2022
  • ବିଶେଷ

    ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13673
    Aug 08, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14300
    Aug 08, 2022
  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13263
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13673
    Aug 08, 2022
  • ବର୍ଷାଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

    13889
    Aug 07, 2022
  • ଶିଶୁକୁ କିପରି କରାଇବେ ସ୍ତନ୍ୟପାନ ଜାଣନ୍ତୁ....

    15618
    Aug 07, 2022

ବାଣିଜ୍ୟ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ&rs ...

  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    14538
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    14690
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    16284
    Jul 01, 2022
  • ପୁଣି ବଢ଼ିଲା ସୁନା ଓ ରୂପା ଦାମ

    16053
    May 22, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ସୁବିଧା

    13877
    Aug 08, 2022
  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13415
    Aug 08, 2022
  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13726
    Aug 08, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In