ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି ମିଳିବ ଅନୁମତି, କେବଳ ଡାଏଲ୍ କରନ୍ତୁ ଏହି ନଂ
ଲକ୍ଡାଉନ ସମୟରେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଭୁବନେଶ୍ୱରବାସୀଙ୍କୁ ଘରେ ବସି ମିଳିବ ଅନୁମତି। ବିବାହ ଅନୁମତି ଲାଗି ଥାନାକୁ ଆଉ ଯିବାକୁ ପଡ଼ିବନାହିଁ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦ ଫୋନ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ଫର୍ମାଟ ଯିବ। ଉକ୍ତ ଫର୍ମାଟକୁ ପୂରଣ କରି ପୁଲିସ ପାଖକୁ ପଠାଇବାକୁ ପଡ଼ିବ। ଫର୍ମାଟ ପୂରଣ ପରେ କମିଶନରେଟ ପୁଲିସରୁ ମିଳିଯିବ ଅନୁମତି।
କରୋନା ସଂକ୍ରମଣର ଦ୍ଵିତୀୟ ଲହରରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ସଂପ୍ରତି ୧୪ ଦିନିଆ ଲକ୍ଡାଉନ୍ ଜାରି ହୋଇଛି। ଏହି ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଜାରି ହୋଇଥିବା ବେଳେ ବାହାଘର ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ ସୀମିତ ଲୋକଙ୍କୁ ନେଇ କରିବାକୁ ଅନୁମତି ମିଳିଛି। ହେଲେ ଏଥିପାଇଁ ଥାନାକୁ ଆସି ଅନୁମତି ନେବାକୁ ପଡେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ରାଜଧାନୀବାସୀଙ୍କ ଲାଗି ଘୋଷଣା କରିଛନ୍ତି।
Powered by Froala Editor