ଶାହିଦ କହିଲେ, ‘ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ମୁଁ ମୋ ସ୍ତ୍ରୀଙ୍କ ଅନୁମତି ନିଏ’
ଅଭିନେତା ଶାହିଦ କପୁର ନିକଟରେ ରିଲିଜ୍ ହୋଇଥିବା ସ୍ପୋର୍ଟସ ଡ୍ରାମା ଫିଲ୍ମ ‘ଜର୍ସି’ କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଶାହିଦ ତାଙ୍କ ଫିଲ୍ମକୁ ହିଟ୍ କରାଇବା ପାଇଁ ପୁରା ଦମ୍ରେ ଲାଗିପଡିଛନ୍ତି । ନିକଟରେ ଏକ ଚାଟ ଶୋ'ରେ ସେ ବ୍ୟକ୍ତିଗତ ଜୀବନୀକୁ ଅନେକ ରୋଚକ ତଥ୍ୟ ଖୁଲାସା କରିଛନ୍ତି।
ଶାହିଦଙ୍କୁ ପଚରାଯାଇଥିଲା କି ସେ ଫିଲ୍ମରୁ ମିଳୁଥିବା ସମସ୍ତ ଟଙ୍କା ଖର୍ଚ୍ଚ କରୁଛନ୍ତି ନା କିଛି ସଞ୍ଚୟ କରୁଛନ୍ତି ଏବଂ ସେ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ମୀରାଙ୍କ ଅନୁମତି ନିଅନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ଶାହିଦ କହିଛନ୍ତି, ମୁଁ ପୂର୍ବରୁ ଅଲଆଉଟ୍ ହୋଇଯାଉଥିଲି, କିନ୍ତୁ ଏବେ ନୁହେଁ। ଏବେ ମୁଁ ଜଣେ ଫ୍ୟାମିଲି ମ୍ୟାନ୍, ମୋର ସ୍ତ୍ରୀ ଏବଂ ସନ୍ତାନ ଅଛନ୍ତି। ଟଙ୍କା ଖର୍ଚ୍ଚ କରିବାକୁ ହେଲେ ସ୍ତ୍ରୀ ମୀରା ରାଜପୁତଙ୍କଠାରୁ ଅନୁମତି ନେବାକୁ ପଡେ ବୋଲି ସେ ସ୍ବୀକାର କରିଛନ୍ତି। ଶାହିଦ ଆହୁରି କହିଥିଲେ ଯେ, ମୁଁ ବୟଜ୍ ଟ୍ରିପ୍ ପାଇଁ ମୀରାଙ୍କ ଅନୁମତି ନେଇ ନଥିଲି । ଏହା ମୋର ଅଧିକାର । ମୋତେ ଲାଗୁଛି ପ୍ରତ୍ୟେକ ଯୁବକ କେବେ ନା କେବେ ବୟଜ୍ ଟ୍ରିପ୍ର ହକଦାର ।
୨୦୧୫ରେ ଶାହିଦ ଏବଂ ମୀରା ବିବାହ କରିଥିଲେ। ଉଭୟଙ୍କର ମିଶା ଏବଂ ଜୈନ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।
Powered by Froala Editor