ସସ୍ପେନ୍ସ, କମେଡି ସହ ଆସୁଛି ଭୁଲ୍ ଭୁଲେୟା-୨

ଫିଲ୍ମ 'ଭୁଲ ଭୁଲେୟା-୨'ର ଟ୍ରେଲର ରିଲିଜ୍ ହୋଇଯାଇଛି। କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଏହି ଫିଲ୍ମଟି ଆସନ୍ତା ମେ'୨୦ରେ
ବଡ ପରଦାରେ ରିଲିଜ୍ ହେବ। ତେବେ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ସସପେନ୍ସ, ରୋମାନ୍ସ ଏବଂ କମେଡି।
ଭୁଲ୍ ଭୁଲେୟା-୨ ଟ୍ରେଲର୍ ହେଉଛି ସମାନ ଟାଇଟଲ୍ ର ୨୦୦୭ ଭୁଲ ଭୁଲେୟା ଚଳଚ୍ଚିତ୍ରର ଏକ ସିକ୍ୱେଲ୍ । ପ୍ରଥମ ଭାଗରେ ଜ୍ୟୋତି ଅହୁଜା, ବିଦ୍ୟା ବାଲାନ୍, ଅମିଶା ପଟେଲ ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅକ୍ଷୟ କୁମାରଙ୍କ କମେଡି ଓ ଥ୍ରୀଲର ଭୁମିକାକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ତେବେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଦମଦାର କଲେକ୍ସନ କରିଥିଲା । ହେଲେ ଏଥର କିନ୍ତୁ ଭୁଲ ଭୁଲେୟା-୨ରେ ନୂଆ ମୁହାଁ ଦେଖିବାକୁ ମିଳିବ । କାର୍ତ୍ତିକ ଆର୍ଯ୍ୟନ ବ୍ୟତୀତ ତବୁ, କିଆରା, ରାଜପାଲ ଯାଦବ, ସଞ୍ଜୟ ମିଶ୍ର ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
Powered by Froala Editor