ଫାଶୀ ଗାଇଡ଼ଲାଇନ ଜାରି କଲା ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କହିଛନ୍ତି ଯେ ଶୀଘ୍ର ଫାଶୀଦଣ୍ଡ ସମ୍ପର୍କରେ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯିବ। ଏହା ଅନ୍ତର୍ଗତ କାହାକୁ ଫାଶୀ ଦଣ୍ଡାଦେଶ ଦିଆଯିବ କାହାକୁ ନୁହେଁ ତାହା ସ୍ଥିର କରାଯିବ। ଯାହା ସମଗ୍ର ଦେଶର କୋର୍ଟ ପାଇଁ ବୈଧ ହେବ।
ମଧ୍ୟପ୍ରଦେଶର ଇରଫାନ ଓରଫ ଭେୟୁ ମେୱାତିଙ୍କ ଏକ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଇରଫାନଙ୍କୁ ନିମ୍ନ ଅଦାଲତ ଫାଶୀ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ। ଏହା ହାଇକୋର୍ଟରେ ମଧ୍ୟ କାଏମ୍ ରହିଛି।
ଏହି ମାମଲାରେ ସହଯୋଗ କରିବାକୁ କୋର୍ଟ ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲଙ୍କୁ କହିଛନ୍ତି। ଏହି ପରିପ୍ରେକ୍ଷୀରେ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରୋଜେକ୍ଟ ୩୯-ଏ ପକ୍ଷରୁ ଏକ ଆବେଦନ କରାଯାଇଥିଲା। ଏହା ପରେ ସୁପ୍ରିମକୋର୍ଟ ଏହି ଫାଶୀଦଣ୍ଡର ବିଚାର ଆରମ୍ଭ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ମେ ୧୦ ରେ ହେବ।
Powered by Froala Editor