ଖାଉଟି ପାଇବେ ଆଉ ଏକ ଝଟକା, ପୁଣି କନ୍ଦାଇବ ଖାଇବା ତେଲ
ନୂଆଦିଲ୍ଲୀ: ଖାଇବା ତେଲର ବର୍ଦ୍ଧିତ ଦରରୁ ନିସ୍ତାର ନାହିଁ । ଦରବୃଦ୍ଧିରେ ଉବୁଟୁବୁ ଖାଉଟି ପାଇବେ ଆଉ ଏକ ଝଟକା । କାରଣ ବିଶ୍ୱର ସର୍ବବୃହତ ପାମ ଅଏଲ (ତାଳ ତେଲ) ଉପôଦନକରୀ ଏବଂ ରପ୍ତାନିକାରୀ ଇଣ୍ଡୋନେସିଆ ଏହାର ରପ୍ତାନି ଉପରେ କଟକଣା ଲଗାଇଛି, ଯାହାର ବଡ଼ ପ୍ରଭାବ ଭାରତ ଉପରେ ପଡ଼ିବ । ଦେଶରେ ଖାଇବା ତେଲ ଦର ନୂଆ ଉଚ୍ଚ ସ୍ତରକୁ ଚାଲିଯିବ । ସାଧାରଣତଃ ସମସ୍ତ ପ୍ରକାର ଖାଇବା ତେଲ ଯଥା ସୂର୍ଯ୍ୟମୁଖୀ, ସୋରିଷ ଏବଂ ସୋୟାବିନ ଆଦିରେ ପାମ୍ ଅଏଲ୍ ଏକ ପ୍ରମୁଖ କଞ୍ଚାମାଲ ।
ଭାରତ ଇଣ୍ଡୋନେସିଆରୁ ବିପୁଳ ମାତ୍ରାରେ ପାମ ଅଏଲ ଆମଦାନି କରିଥାଏ । ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ୨୦୨୧ରେ ମାଲେସିଆରୁ ଭାରତ ସର୍ବାଧିକ ୪୦୫.୨ କୋଟି ଡ଼ଲାରର ପାମ ଅଏଲ ଆମଦାନି କରିଥିଲା ।
ଇଣ୍ଡୋନେସିଆରୁ ୩୯୪.୪ କୋଟି, ଥାଇଲାଣ୍ଡରୁ ୫୮.୩ କୋଟି, ସିଙ୍ଗାପୁରରୁ ୪୧.୯ କୋଟି ଏବଂ ପପୁଆ ନୁ୍ୟ ଗିନିରୁ ୨୪୫.୨ କୋଟି ଡ଼ଲାରର ପାମ୍ ଅଏଲ ଆମଦାନି କରାଯାଇଥିଲା ।
ନିକଟରେ ବିଭିନ୍ନ ଦେଶରେ ଖାଇବା ତେଲ ଦାମ ବଢ଼ିବା ପରେ ଇଣ୍ଡୋନେସିଆରୁ ଏହାର ରପ୍ତାନୀ ବୃଦ୍ଧି ପାଇଥିଲା । ଫଳରେ ଇଣ୍ଡୋନେସିଆରେ ଏହା ଅଭାବ ପରିସ୍ଥିତି ଦେଖାଦେଇଛି । ଘରୋଇ ବଜାରରେ ଖାଇବାତେଳ ଦର ଆକାଶ ଛୁଇଁଛି । ଏଭଳି ସ୍ଥିତିରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଥା ଦେଶରେ ଉପଲବ୍ଧତା ବଢ଼ାଇବା ନିମନ୍ତେ ସେଠାକାର ସରକାର ପାମ ଅଏଲ ରପ୍ତାନି ଉପରେ ରୋକ ଲଗାଇଛନ୍ତି । ଏହି କଟକଣା ଏପ୍ରିଲ ୨୮ରୁ ଲାଗୁ ହେବା ଏବଂ ଅଭାବ ପରିସ୍ଥିତି ଟଳିବା ପର୍ଯ୍ୟନ୍ତ ବଳବତ୍ତର ରହିବ ।
Powered by Froala Editor