ରାଗିଂ ପାଇଁ ଚାଲିଗଲା ମେଡ଼ିକାଲ ଛାତ୍ରଙ୍କ ଜୀବନ, ହ୍ୱାଟସଆପ ମେସେଜ ଭାଇରାଲ
ଭୁବନେଶ୍ୱର : ବଲାଙ୍ଗୀର ମେଡ଼ିକାଲ କଲେଜର ଛାତ୍ର ନିଶାନ୍ତ କୁମାର ଛାତରୁ ଖସି ମୃତୁ୍ୟବରଣ କରିଛନ୍ତି । ପ୍ରଥମେ ଦୁର୍ଘଟଣାବଶତଃ ଛାତରୁ ପଡ଼ିଥାଇପାରନ୍ତି ବୋଲି କୁହାଯାଉଥିବାବେଳେ ଏବେ କିନ୍ତୁ ଏହାର ଆଉ ଦିଗ ପଦାକୁ ଆସିଛି । କଲେଜରେ ସିନିଅରମାନେ ବହୁତ ରାଗିଂ କରୁଥିବାରୁ ଛାତ୍ରଙ୍କର ମୃତୁ୍ୟ ଘଟିଥିବାର ପ୍ରାରମ୍ଭିକ ପ୍ରମାଣ ମିଳିଛି ।
ମିଳିଥିବା ତଥ୍ୟ ଅନୁଯାୟୀ, ହରିୟାଣାରୁ ଆସିଥିବା ଏହି ଡାକ୍ତରୀ ଛାତ୍ରଙ୍କୁ ରାଗିଂ କରାଯାଉଥିଲା । ନିଜ ସାଙ୍ଗକୁ ସେ ମେସେଜ କରି ଏହା ଜଣାଇଥିଳେ । ଘରକୁ ମଧ୍ୟ ଫୋନ କରି ଜଣାଇଥିଲେ । ତେବେ କାଳେ ଆକ୍ରୋଶ ରଖି ସିନିଅରମାନେ ଅଧିକ ହଇରାଣ କରିବେ ସେଥିପାଇଁ ସେ ଲିଖିତ ଅଭିଯୋଗ କରିନଥିଲେ । ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା, ତାହା ତ ଭିନ୍ନ କଥା, କିନ୍ତୁ ରାଗିଂଯେ, ଏକ ବଡ଼କାରଣ ସେନେଇ କିଛି ପ୍ରମାଣ ମିଧ୍ୟ ମିଳିଛି ।
ବଲାଙ୍ଗୀର ମେଡ଼ିକାଲ କଲେଜର ଭଲିବଲ କୋର୍ଟରେ ଜୁନିଅରମାନଙ୍କୁ ଖେଳିବାର ସୁଯୋଗ ମିଳୁନଥିଲା । ବରଂ ସେମାନଙ୍କୁ ଠିଆ ହୋଇ ଖେଳ ଦେଖିବାକୁ ବାଧ୍ୟ କରାଯାଉଥିଲା । ପାର୍କକୁ ମଧ୍ୟ ସେମାନେ ଯାଇପାରୁନଥିଲେ । ଅପରପକ୍ଷରେ ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ନିଶାନ୍ତଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । କ୍ୟାମ୍ପସକୁ ରାଗିଂ ଫ୍ରି କରାଯିବା ସହ ନିଶାନ୍ତଙ୍କୁ କେଉଁ କେଉଁ ଛାତ୍ରମାନେ ରାଗିଂ କରୁଥିଲେ ତାହାର ତଦନ୍ତ କରି ଦଣ୍ଡ ଦେବାକୁ ରାଗିଂ ଫ୍ରି କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ା ଦାବି କରିଛନ୍ତି ।
Powered by Froala Editor