ଭୁବନେଶ୍ୱରରେ ଡବଲ୍ ମର୍ଡର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର। ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ୍ ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS- ୨୩/4 ଘରେ ରହନ୍ତି ବିଜୟ ସେଠୀ। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରନ୍ତି। ସେ ତାଙ୍କ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ କାହିଁକି ସେମାନଙ୍କୁ ହତ୍ୟା କଲେ, ତାହା ଜଣାପଡ଼ିନାହିଁ। ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି। ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ।
Powered by Froala Editor