ସମୂହ ନମାଜ ପାଠ ବେଳେ ବିସ୍ଫୋରଣ,୩୩ ମୃତ
କାବୁଲ: ନର୍ଦ୍ଦନ ଆଫଗାନିସ୍ତାନର ଗୋଟିଏ ମସଜିଦରେ ପ୍ରାର୍ଥନା ବେଳେ ବିସ୍ଫୋରଣ ହେବାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି। ଦିନକ ପୂର୍ବରୁ ଆଫାଗାନିସ୍ତାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏଥିପାଇଁ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି। ହମଲା ପାଇଁ ଆଇଏସଆଇଏସ୍ ନିଜକୁ ଦାୟୀ କରି ବିବୃତି ଜାରି କରିବାର ଦିନକ ପରେ ହିଁ ପୁଣି ଗୋଟିଏ ମସଜିଦରେ ବିସ୍ଫୋରଣ ହୋଇଛି।
ବିସ୍ଫୋରଣ ପରେ ମସଜିଦର ଗୋଟିଏ ପଟ କାନ୍ଥରେ ବଡ଼ଧରଣ ଗାତ ହୋଇଛି। ସେହିପରି ଏହାର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।ତାଲିବାନ ସରକାରର ସୁରକ୍ଷାକର୍ମୀମାନେ ଘଟଣାସ୍ଥଳକୁ କର୍ଡନ କରି ଯାଞ୍ଚ ଆରମ୍ଭ କରିଛନ୍ତି।
ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଶାସନ ଗାଦିରେ ବସିବା ପରେ ଆତଙ୍କୀ ହମଲା ଆଶାତୀତ ଭାବେ ହ୍ରାସ ପାଇଥିଲା। କିନ୍ତୁ ଏଇ କିଛି ମାସ ହେଲା ଦେଶର ବିଭିନ୍ନ ସ୍ଥାନରେ ଆତଙ୍କୀମାନେ ହମଲା କରିବା ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ସ୍କୁଲ ଓ ମସଜିଦକୁ ସେମାନେ ଟାର୍ଗେଟ କରୁଛନ୍ତି।
Powered by Froala Editor