ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର । ୫ ବର୍ଷ ଧରି ସେ ଉପାଧ୍ୟକ୍ଷ ଭାବେ କାର୍ୟ୍ୟ କରିଥିଲେ । ରାଜୀବଙ୍କ ଇସ୍ତଫା ପରେ ନୀତି ଆୟୋଗରେ ନୂଆ ଉପାଧ୍ୟକ୍ଷ ଭାବେ ଅର୍ଥନୀତିଜ୍ଞ ସୁମନ କେ ବେରୀଙ୍କୁ ନିଯୁକ୍ତ କରାଯାଇଛି । ଏପ୍ରିଲ ୩୦ରେ ରାଜୀବଙ୍କ କାର୍ୟ୍ୟକାଳ ଶେଷ ହେବ । ମେ ୧ରୁ ତାଙ୍କ ସ୍ଥାନରେ ସୁମନ କେ ବେରୀ ଦାୟିତ୍ବ ସମ୍ଭାଳିବେ ।
କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି ରାଜୀବଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଏବଂ ଆସନ୍ତା ୩୦ ସୁଦ୍ଧା ପଦ ଛାଡିବାକୁ କହିଛନ୍ତି । ରାଜୀବ କୁମାର ୨୦୧୭ ମସିହା ଅଗଷ୍ଟରେ ଉପାଧ୍ୟକ୍ଷ ହୋଇଥିଲେ । କହିରଖୁଛୁ କି, ପ୍ରଧାନମନ୍ତ୍ରୀ ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ । ନୂଆ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କେ ବେରୀ ନ୍ୟାସନାଲ କାଉନସିଲ ଫର ଆପ୍ଲାଏଡ ଇକୋନମିକ ରିଚର୍ଚ୍ଚ ମହାନିର୍ଦ୍ଦେଶକ ଭାବେ ୨୦୦୧ ରୁ ୨୦୧୧ ଯାଏଁ ୧୦ ବର୍ଷ ଧରି କାର୍ୟ୍ୟ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ପରିସଂଖ୍ୟାନ ଆୟୋଗ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟି ସଦସ୍ୟ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି ।
Powered by Froala Editor