ପ୍ରଶଂସକଙ୍କୁ କ୍ଷମା ମାଗିଲେ ଅକ୍ଷୟ କୁମାର, କାହିଁକି ଜାଣନ୍ତୁ...
ବିବାଦ ଉପୁଜିବା ପରେ ଏକ ପ୍ରମୁଖ ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି ଅକ୍ଷୟ କୁମାର । ବଲିଉଡ୍ର ଶହାରୁଖ୍ ଖାନ୍ ଓ ଅଜୟ ଦେବଗନଙ୍କ ପରେ ପାନମସାଲା ବ୍ରାଣ୍ଡର ପ୍ରମୋସନ ପାଇଁ ଅକ୍ଷୟ କୁମାର ଯୋଗ ଦେଇଥିଲେ। ହେଲେ ଅକ୍ଷୟ କୁମାରଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ଫ୍ୟାନ୍ମାନେ ନାପସନ୍ଦ କରିଥିଲେ। ଏନେଇ ସୋଶାଲ ମିଡିଆରେ ଅକ୍ଷୟ କୁମାରଙ୍କୁ ମହଙ୍ଗା ପଡ଼ିଥିଲା। ତାଙ୍କ ବିରୋଧରେ ବିଭିନ୍ନ ପ୍ରତିକ୍ରିୟାମାନ ଆସିଥିଲା। ଗୁଟ୍ଖା ଭଳି ନିଶା ଦ୍ରବ୍ୟକୁ ପ୍ରୋତ୍ସାହିତ କରୁଥିବାରୁ ପ୍ରବଳ ସମାଲୋଚନାର ଶିକାର ହୋଇ ଥିଲେ ଅକ୍ଷୟ କୁମାର। ଏମିତିକି ପାନ୍ ମସାଲା ବ୍ରାଣ୍ଡରେ ଅକ୍ଷୟ କୁମାର ଯୋଡ଼ି ହୋଇଥିବାରୁ ଟ୍ରୋଲ ହୋଇଥିଲେ।
ତେଣୁ ଏବେ ସେ ଆଉ ଟବାକୋ ବ୍ରାଣ୍ଡର ଆମ୍ବାସଡର ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗୁରୁବାର ରାତିରେ ତାଙ୍କ ଶୋସାଲ ମିଡିଆରେ ଘୋଷାଣା କରି ଗୁଟ୍ଖା ବ୍ରାଣ୍ଡକୁ ନାଁ କହିଛନ୍ତି। ଏମିତି କି ସେ ନିଜ ପ୍ରଶଂସକଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।
ଅକ୍ଷୟ କୁମାର କହିଛନ୍ତି ଯେ, ମୋର ଏହି ନିଷ୍ପତ୍ତି ପାଇଁ ମୁଁ ଦୁଃଖିତ। ମୁଁ ଆପଣଙ୍କ ନିକଟରେ କ୍ଷମା ମାଗୁଛି। ଗତ କିଛି ଦିନ ଧରି ଆପଣମାନଙ୍କ ପ୍ରତିକ୍ରିୟା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ଏମିତି ବି ଗୁଟଖାର ପ୍ରଚାର-ପ୍ରସାରକୁ ମୁଁ ପସନ୍ଦ କରେନି। ‘ବିମଲ ଲାଇଚି’ ସହ ମୁଁ ଯୋଡ଼ି ହୋଇଥିବାରୁ ଆପଣମାନେ ନାପସନ୍ଦ କରିଛନ୍ତି। ମୁଁ ଆପଣମାନଙ୍କ ଭାବନାକୁ ସମ୍ମାନ ଜଣାଉଛି। ଆଉ ଖୁବ ବିନମ୍ରତାର ସହ ମୁଁ ଏହି ପଦ ତ୍ୟାଗ କରୁଛି ବୋଲି ଅକ୍ଷୟ କୁମାର କହିଛନ୍ତି ।
Powered by Froala Editor