କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଠ ଆଇପିଏସ ଯତୀନ୍ଦ୍ର କୋଏଲ

ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଠ ଆଇପିଏସ ଯତୀନ୍ଦ୍ର କୋଏଲ । ଡେପୁଟେସନରେ ଯିବା ଲାଗି ରାଜ୍ୟ ସରକାର ତାଙ୍କୁ ଅନୁମତି ଦେଇଛନ୍ତି । ୨୦୦୦ ବ୍ୟାଚର ଏହି ଆଇପିଏସ ଆଇଜି (ପ୍ରୋଭିଜନିଂ) ଅଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ସେ ସଶସ୍ତ୍ର ସୀମା ବଳ (ଏସଏସବି) ଆଇଜି ଭାବେ ନିଯୁକ୍ତି ପାଇବେ । ଦାୟିତ୍ବ ନେବା ଦିନ ଠାରୁ ସେ ୫ ବର୍ଷ ପର୍ୟ୍ୟନ୍ତ ତାଙ୍କ ଡେପୁଟେସନ ଅବଧି ରହିବ ବୋଲି ଜଣାପଡିଛି । ସେହିପରି ପୂର୍ବତନ ସ୍ବତନ୍ତ୍ର ଡିଜି ତଥା ୧୯୮୬ ବ୍ୟାଚର ଅଫିସର ବିଜୟ କୁମାର ଶର୍ମା ଅବସର ନେବେ । ଆସନ୍ତା ଅକ୍ଟୋବର ୩୧ ତାରିଖରେ ବିଜୟ ଅବସର ନେବେ । ବିଜୟ ଏବେ ମୁଦ୍ରଣ ଓ ପ୍ରକାଶନ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଛନ୍ତି ।ଏହା ସହିତ ୧୯୯୭ ବ୍ୟାଚ ଆଇପିଏସ ସଞ୍ଜୟ କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ସରିଛି । ତାଙ୍କୁ ନିଜ କ୍ୟାଡରକୁ ଫେରିବାକୁ ଅନୁମତି ମିଳିଛି । ସେ ଖୁବ ଶୀଘ୍ର ରାଜ୍ୟକୁ ଫେରିବା ନେଇ ସୂଚନା ମିଳିଛି । ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି ।
Powered by Froala Editor