୩ ସୁଦ୍ଧା ଲାଉଡ୍ ସ୍ପିକର ନହଟିଲେ ସବୁ ମସଜିଦ ଆଗରେ ହନୁମାନ ଚାଳିଶା ପଢାଯିବ

ଜୁନ୍ ୫ରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଅଯୋଧ୍ୟା ଗସ୍ତ କରିବେ । ଏହା ସହିତ ସେ ଆସନ୍ତା ମେ’ ୧ରେ ଐରଙ୍ଗାବାଦରେ ତାଙ୍କର ପରବର୍ତ୍ତୀ ସାଧାରଣ ସଭା କରିବାକୁ ଘୋଷଣ କରିଛନ୍ତି । ମେ’ ୩ ସୁଦ୍ଧା ଯଦି ମସଜିଦଦରୁ ଲାଉଡ୍ ସ୍ପିକର ନହଟେ ତେବେ ହିନ୍ଦୁ ଭାଇମାନଙ୍କୁ ପ୍ରସ୍ତୁତ ରହିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଆହ୍ୱାନ କରିଛନ୍ତି।
ସେ କହିଛନ୍ତି ଯେ, ମୁଁ ଦେଶର ସବୁ ହିନ୍ଦୁ ପ୍ରେମୀମାନଙ୍କୁ ମେ’ ୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରିଛି। ମେ’ ୩ ପରେ ଯଦି ମସଜିଦରୁ ଲାଉଡ୍ ସ୍ପିକର ନହଟେ ତେବେ ସବୁ ମସଜିଦ ଆଗରେ ହନୁମାର ଚାଳିଶା ପଡ଼ିବାକୁ ଆହ୍ୱାନ କରିଛନ୍ତି ।
ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଓ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ଆମେ ମହାରାଷ୍ଟ୍ରରେ ଦଙ୍ଗା ଚାହୁଁନାହିଁ ବୋଲି କହିଛନ୍ତି ରାଜ୍ ଠାକରେ। ସେ କହିଛନ୍ତି, ଆମେ କାହାର ପ୍ରାର୍ଥନାକୁ ବିରୋଧ କରୁନାହୁଁ । କିନ୍ତୁ ସେମାନେ ଯଦି ଲାଉଡ୍ ସ୍ପିକର ବ୍ୟବହାର କରିବେ, ଆମେ ବି ସେୟା କରିବୁ ବୋଲି ରାଜ୍ ଠାକରେ କହିଛନ୍ତି। ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଜାହାଙ୍ଗୀରପୁରରେ ହୋଇଥିବା ହିଂସା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ ଠାକରେ । ସେ କହିଛନ୍ତି ଏହି ସବୁ ଘଟଣାରେ ଏହି ପରି ଭାବରେ ଉତ୍ତର ଦିଆଯିବା ଉଚିତ୍ । ନଚେତ ଏହି ଲୋକମାନେ ବୁଝିବେ ନାହିଁ ।
ଅନ୍ୟପକ୍ଷରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ ହେଉଛି । କିଛି ଲୋକ ରାମ ଓ ହନୁମାନ ନାମରେ ଦଙ୍ଗା ଉସୁକାଇବାକୁ ଚାହୁଁଛନ୍ତି।
Powered by Froala Editor