ବରକୁ ମିଳିଲା ମହଙ୍ଗା ଗିଫ୍ଟ ‘ଲେମ୍ବୁ’

ତେଲ ସହ ତାଳ ଦେଇ ହୁ ହୁ ବଢୁଛି ଲେମ୍ବୁ ଦର । ଅନେକ ସ୍ଥାନରେ ଲେମ୍ବୁ କିଲୋ ପିଛା ୪୦୦ ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥିତିରେ ଲେମ୍ବୁକୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି।
ଗୁଜରାଟ ରାଜକୋଟର ଧୋରାଜି ସହରରେ ଏକ ବିବାହ ଉତ୍ସବ ବେଳେ ବରକୁ ତାଙ୍କ ସାଙ୍ଗ ସାଥୀମାନେ ମିଠା ବାକ୍ସରେ ଲେମ୍ବୁ ଗିଫ୍ଟ କରିଛନ୍ତି। ବର କନଆଁଙ୍କୁ ଏହି ଦାମୀ ଉପହାର ଦେଇଥିବା ବ୍ୟକ୍ତି ଜଣକ ହେଲେ ଦିନେଶ। ତାଙ୍କ କହିବା ମୁତାବକ, ବର୍ତ୍ତମାନ ସମୟରେ ଲେମ୍ବୁର ଦାମ୍ ଢ଼େର ବଢ଼ି ଯାଇଛି। ଖରା ଦିନେ ଲେମ୍ବୁର ଚାହିଦା ମଧ୍ୟ ଅଧିକ ରହିଥାଏ। ସେଥିପାଇଁ ବହୁ ଚିନ୍ତା କରିବା ପରେ ଏଭଳି ଲେମ୍ବୁ ଉପହାର ଦେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହି ବିଶେଷ ଉପହାରକୁ ଦେଖିବା ପରେ ସେଠାରେ ଥିବା ସମସ୍ତ ଅତିଥିଙ୍କ ମୁହଁରେ ହସ ଫୁଟି ଯାଇଥିଲା। ଲେମ୍ବୁର ମୂଲ୍ୟ ଏତେ ଅଧିକ ହୋଇଛି ଯେ ଏହାକୁ ବର୍ତ୍ତମାନ ଏକ ମହଙ୍ଗା ଉପହାର ଭାବରେ ଦିଆଯାଇପାରିବ ବୋଲି ସେମାନେ ଭାବିଥିଲେ।
Powered by Froala Editor