ରଣବୀରଙ୍କ ହାତ ଧରିଲେ ଆଲିଆ
ରୀତିନୀତି ସହ ସରିଲା ବିବାହ। ରଣବୀର କପୁରଙ୍କ ହାତ ଧରିଲେ ଆଲିଆ ଭଟ୍ଟ। ଦୀର୍ଘ ଦିନ ହେବ ଆଲିଆ ଓ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣ ଛେଦ ପଡିଛି। ଆଜି ହଳଦୀ ଓ ଅପରାହ୍ଣରେ ବାହାଘର ହୋଇଛି । ଏହି ଗ୍ରାଣ୍ଡ ବିବାହରେ ଭଟ୍ଟ ଓ କପୁର ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।
ସେହିପରି ଆଲିଆ ଓ ରଣବୀରଙ୍କ କିଛି ଖାସ୍ ବନ୍ଧୁ ମଧ୍ୟରେ ଏଥିରେ ଯୋଗ ଦେଇଥିଲେ। ତେବେ ବଲିଉଡର କିଛି ବଛା ବଛା ସେଲେବ୍ରିଟିଙ୍କୁ ଛାଡି ଦେଲେ ଆଉ କାହାକୁ ବି ଏହି ବିବାହକୁ ଆମନ୍ତ୍ରିତ କରାଯାଇ ନଥିଲା। ବିବାହରେ ସମସ୍ତେ ଧଳା ଓ ଗୋଲାପି ରଙ୍ଗର ଡ୍ରେସ୍ କୋଡ୍ ପିନ୍ଧି ଯୋଗ ଦେଇଥିଲେ। ଏଥିସହିତ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି Mr & Mrs Kapoor । ଦୁହିଁଙ୍କୁ ବିବାହର ଖୁବ୍ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ଫ୍ୟାନ୍ସ ।
ରିପୋର୍ଟ ଅନୁଯାୟୀ, ଆଲିଆ ଓ ରଣବୀରଙ୍କ ବିବାହ ୪ଜଣ ପଣ୍ଡିତ କରିଛନ୍ତି । ବିବାହ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୧୩ ତାରିଖରେ ମେହେନ୍ଦି ସେରେମୋନି ହୋଇଥିଲା ।
Powered by Froala Editor