ଆଜିଠୁ ବ୍ୟାଙ୍କ ବନ୍ଦ, କେତେ ଦିନ ଜାଣନ୍ତୁ

ନୂଆଦିଲ୍ଲୀ: ଏପ୍ରିଲ ୧୪ ଠାରୁ ଲଗାତାର ବ୍ୟାଙ୍କଗୁଡ଼ିକ ୪ ଦିନ ଛୁଟି ରହୁଛି । କିଛି ସହରରେ ଭିନ୍ନ ଭିନ୍ନ କାରଣରୁ ବ୍ୟାଙ୍କ ଗୁଡ଼ିକ ୪ ଦିନ ଛୁଟି ରହୁଛି । ଏପ୍ରିଲ ୧୪, ୧୫, ୧୬ ଓ ୧୭ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ରବିବାର ମଧ୍ୟ ସାମିଲ ରହିଛି ।
ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଅଲଗା । କିନ୍ତୁ ଏଥିରେ କିଛି ଛୁଟି ଜାତୀୟ ସ୍ତରୀୟ ରହିଛି । ଏପ୍ରିଲ ୧୪ରେ ଡା ବାବା ସାହେବେ ଆମ୍ବେଦକର ଜୟନ୍ତୀ, ମହାବୀର ଜୟନ୍ତୀ, ବୈଶାଖୀ, ଚୌରୋବା, ବିଜୁ ଫେଷ୍ଟିଭାଲ, ବେହାର ବିହୁ । ଶିଲଙ୍ଗ ଓ ଶିମଲା ବ୍ୟତୀତ ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୧୫ରେ ଗୁଡ ଫ୍ରାଇଡେ, ବଂଗାଲୀ ନୂଆବର୍ଷ, ହିମାଚଳ ଦିବସ, ବୋହାଗ ବୁହୁ । ଏହି ଦିନ ଜୟପୁର, ଜମ୍ମୁ ଓ ଶ୍ରୀନଗର ବ୍ୟତୀତ ଅନ୍ୟ ସହରରେ ବ୍ୟାଙ୍କ ଛୁଟି ରହିବ । ଏପ୍ରିଲ ୧୬ରେ ବୋହାଗ ବିହୁ ଅବସରରେ କେବଳ ଗୁଆହାଟୀରେ ବ୍ୟାଙ୍କ ଛୁଟି ରହିବ । ଏପ୍ରିଲ ୧୭ରେ ରବିବାର ଛୁଟି ।
Powered by Froala Editor