ପୁଣି ମୁଖ୍ୟମନ୍ତ୍ରଙ୍କୁ ଅପରାଜିତାଙ୍କ ଟ୍ୱିଟ୍, କହିଲେ ପୁଣି ସପ୍ତାହେ ପରେ ମନେ ପକାଇଦେବି
ଭୁବନେଶ୍ୱର : ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତ ଷଡଙ୍ଗୀକୁ ଡକା ନଯିବା ପ୍ରସଙ୍ଗ ତୀବ୍ର ହେବାରେ ଲାଗିଛି । କରୋନା ଯୋଗୁଁ ଦୁଇ ବର୍ଷ ହେଲା ଉତ୍ସବ ହୋଇନଥିବାବେଳେ ଚଳିତ ବର୍ଷ ଜାକଜମକରେ ଏହି ଉତ୍ସବ ପାଳିତ ହୋଇଥିଲା । ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ଉତ୍ସବକୁ ଡକାଯାଇନଥିଲା । ଯାହାକୁ ନେଇ ଗତକାଲି ବେଶ ତୁମ୍ବିତୋଫାନ ହୋଇଥିଲା । ସାଧାରଣତଃ ପ୍ରତିବର୍ଷ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ସାଂସଦଙ୍କୁ ଆମନ୍ତ୍ରଣ କରାଯାଇଥାଏ ।
ଅପରପକ୍ଷରେ ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଥିଲେ । ବହୁ ରାଜନେତା ଓ ଅଧିକାରୀଙ୍କୁ ପ୍ରତିଷ୍ଠା ଦିବସ ପାଇଁ ନିମନ୍ତ୍ରଣ କରାଯାଇଥିଲେବି ତାଙ୍କୁ ଡକାଯାଇନାହିଁ । ସେ କ’ଣ ଭୁଲ କଲେକି ବୋଲି ଟ୍ୱିଟରେ ପ୍ରଶ୍ନ କରିଥିଲେ ।
ପରେପରେ ଅପରାଜିତା ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ଡକାଯାଇନଥିବାରୁ ସେ ଚିଠି ଲେଖିଥିଲେ । ରାଜଧାନୀର ଲୋକପ୍ରତିନିଧି ଭାବେ ଆମନ୍ତ୍ରଣ ପାଇବା ତାଙ୍କର ଅଧିକାର । ତେବେ ଏହା ସାମ୍ବିଧାନିକ ପଦବୀ ପାଇଁ ଅସମ୍ମାନ ବୋଲି ସେ କହିବା ସହ ଘଟଣାର ତଦନ୍ତ କରିବାକୁ କହିଥିଲେ । ତେବେ ଆଜି ପୁଣି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅପରାଜିତା । ସେ ଟ୍ୱିଟ୍ରେ ଲେଖିଛନ୍ତି, ନିମନ୍ତ୍ରଣ କରା ନ ଯିବା ଘଟଣାର ତଦନ୍ତ ହେବ ବୋଲି ସେ ଆଶାବାଦୀ ଅଛନ୍ତି ଓ ଭୁବନେଶ୍ୱରବାସୀ ଏନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରିଛନ୍ତି । ଯଦି କିଛି ନହୁଏ ତାହେଲେ ସପ୍ତାହେ ଭିତରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏହିକଥା ମନେ ପକାଇଦେବେ ବୋଲି ଟ୍ୱିଟରେ ଲେଖିଛନ୍ତି ।
Powered by Froala Editor