ଶ୍ୱଶୁରକୁ ନୃଶଂସ ଭାବେ ହତ୍ୟା କଲା ବୋହୂ
ବାଲେଶ୍ୱ: ଶ୍ୱଶୁରକୁ ଅତି ନୃଶଂସ ଭାବେ ହତ୍ୟା କରିଛି ବୋହୂ । ଏହିଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଳା ରେମୁଣା ଥାନା କାକବୁରାଇ ଗାଁ’ରେ । ସୂଚନା ଅନୁସାରେ ଘରେ ପୁଅ ନଥିବାବେଳେ ବୋହୂ ଶାବଳ ଭୁସି ଶ୍ୱଶୁରଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ରେମୁଣା ଥାନା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ପୁଅ ବୋହୂଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି । ତେବେ କାହିଁକି ବୋହୂ କାହିଁକି ଏପରି କଲେ , ତା’ର କାରଣ ସ୍ପଷ୍ଟ କାରଣ ଜଣାପଡିନାହିଁ ।
ବୋହୂର ଏଭଳି କାଣ୍ଡ ପାଇଁ ସାରା ଗାଁ’ରେ ଚାଞ୍ଚଲ୍ୟ ଖେଳିଯାଇଛି ।
Powered by Froala Editor