କରୋନା କାଳରେ ରେକର୍ଡ ଭାଙ୍ଗିଲା ମଦ : ୧୭ ହଜାର କୋଟି ପିଇଗଲେ ଲୋକେ, ସବୁଠୁ ଆଗରେ ମହାରାଷ୍ଟ୍ର
ମହାମାରୀ କରୋନା ପାଇଁ ଜାରି ଲକଡାଉନ ହଟିବା ମାତ୍ରେ ଦେଶରେ ମଦ ବିକ୍ରି ବୃଦ୍ଧି ପାଇଛି। ଖାସ୍କରି ଦ୍ୱିତୀୟ ଲହର ସମୟରେ ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ରହିଥିଲା । କିନ୍ତୁ ଏଭଳି ସମୟରେ ହୋଇଥିବା ମଦ ବିକ୍ରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୋକେ ଏତେ ମାତ୍ରାରେ ମଦ ପିଇଥିଲେ ଯେ, ଏହା ଏକ ରେକର୍ଡ ସ୍ତରରେ ପହଞ୍ଚିଥିଲା । ସରକାରୀ ସୂଚନା ଅନୁସାରେ କରୋନା ପ୍ରଭାବିତ ୨୦୨୧-୨୨ ଆର୍ଥିକ ବର୍ଷରେ ମହାରାଷ୍ଟ୍ର, ୧୭,୧୭୭ କୋଟିରୁ ଅଧିକ ମଦ ବିକ୍ରି ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୨ ହଜାର କୋଟି ଅଧିକ ।
ମହାରାଷ୍ଟ୍ର ଅବକାରୀ ବିଭାଗ ଏନେଇ କହିଛି ଯେ ୨୦୨୧-୨୨ ମଧ୍ୟରେ ହୋଇଥିବା ମଦ ବିକ୍ରି ପୂର୍ବ ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ । ଏହା ୨୦୨୧-୨୦ ଅର୍ଥିକ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ ବିକ୍ରି । ଏହାପରେ ବି ରାଜ୍ୟର ଅବକାରୀ ବିଭାଗ ଆକଳନ କରିଥିବା ଟାର୍ଗେଟ୍କୁ ହାସଲ କରିପାରିନି । ଚଳିତ ବର୍ଷ ପାଇଁ ବିଭାଗ ୧୮ ହଜାର କୋଟି ରାଜସ୍ୱ ଏକତ୍ର କରିବା ନେଇ ଯୋଜନା କରିଥିଲା । ହେଲେ ଏହାର ୯୫ ପ୍ରତିଶତ ପୂରଣ ହୋଇଛି ।
Powered by Froala Editor