ରାଗରେ ସ୍ୱାମୀଙ୍କ ମୁଣ୍ଡ କାଟିଦେଲେ ମହିଳା

ପିଥୋରାଗଡରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ୱାମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ତାଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଥିଲେ। ସେ ଥାନାରେ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପୁଲିସ ସମ୍ମୁଖରେ କହିଥିଲେ। ଥାନାରେ ଏହି ଦୃଶ୍ୟ ଦେଖି ସଭିଁଏଁ ସ୍ତବ୍ଧ ହୋଇଯିବା ସହ ପୁଲିସ ପ୍ରଥମେ ମୃତଦେହକୁ ଜବତ କରିଥିଲା।
ପୁଲିସ କହିବାନୁଯାୟୀ, ପରସ୍ପର ମଧ୍ୟରେ ବିବାଦ କାରଣରୁ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ଏହାପରେ ମହିଳା ଜଣକ ହାତରେ କଟାମୁଣ୍ଡ ଧରି ଝୁଲଘାଟ ପୁଲିସ ଥାନାରେ ପହଞ୍ଚିଥିଲେ। ମହିଳା ଜଣକ ପୁଲିସ ନିକଟରେ ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଥିଲେ। ଆତ୍ମସମର୍ପଣ କରିବାକୁ ଚାହାଁନ୍ତି ବୋଲି କହିଥିଲେ।
Powered by Froala Editor