'ଧାକଡ଼'ର ଟିଜର ରିଲିଜ : ଷ୍ଟଣ୍ଟ, ଆକ୍ସନ କରୁଛନ୍ତି କଙ୍ଗନା

ମଙ୍ଗଳବାର କଙ୍ଗନା ରାଣାଓ୍ବତ୍ଙ୍କ ଅଭିନୀତ ଫିଲ୍ମ 'ଧାକଡ଼'ର ଟିଜର ରିଲିଜ ହୋଇଛି। ଫିଲ୍ମଟି ୨୦ ମେ'ରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ହିନ୍ଦୀ ଭାଷା ବ୍ୟତୀତ ତାମିଲ, ତେଲୁଗୁ ଏବଂ ମାଲାୟାଲାମ ଭାଷାରେ ମଧ୍ୟ ରିଲିଜ୍ ହେବ । ଯାହାର ସୂଚନା କଙ୍ଗନା ନିଜେ ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ରଜନୀଶ ଘଇ ଦେଇଥିବାବେଳେ ଦୀପକ ମୁକୁଟ ଏବଂ ସୋହେଲ ମକଲଇ ଏହାର ପ୍ରଯୋଜକ ।
ତେବେ 'ଧାକଡ଼'ର ଟିଜରରେ କଙ୍ଗନାଙ୍କୁ ଜବରଦସ୍ତ ଲୁକ୍ରେ ଦେଖିବାକୁ ମିଳିଛି । କଙ୍ଗନା ଜବରଦସ୍ତ ଷ୍ଟଣ୍ଟ ଓ ଆକ୍ସନ କରୁଥିବାର ନଜର ଆସିଛି । ଫିଲ୍ମରେ କଙ୍ଗନାଙ୍କୁ ଏକ ସ୍ପାଇ ଏଜେଣ୍ଟ ଭାବରେ ଦେଖିବାକୁ ମିଳିବ। ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିବା ଜଣାପଡିଛି। କଙ୍ଗନାଙ୍କ ବ୍ୟତୀତ ଏହି ଫିଲ୍ମରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।
Powered by Froala Editor