ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ଇଣ୍ଟରନେଟ୍ ସେବା ବନ୍ଦ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେତୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ସହରରେ ୧୪୪ ଧାରା ଜାରି କରିବା ସହ ୧୪ ପ୍ଲାଟୁନ୍ ପୋଲିସ୍ ମୁତୟନ ହୋଇଥିବା ସୂଚନା ମିଳିଛି । ସମଗ୍ର କେନ୍ଦୁଝର ଜିଲ୍ଲାରେ ସମସ୍ତ ନେଟୱର୍କର ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି ।
ଏଥିପାଇଁ ଅନେକ କ୍ଷେତ୍ରରେ ସମସ୍ୟା ଉପୁଜୁଛି । ସାରା ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ଯୋଗୁଁ ଲୋକେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି ।
Powered by Froala Editor