ମୁଁ ଇମ୍ରାନଙ୍କୁ କଦାପି ଧୋକ୍କା ଦେଇପାରିବି ନାହିଁ :ବାଚସ୍ପତି
ଇସଲାମବାଦ: ପାକିସ୍ତାନ ସଂସଦରେ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଭୋଟିଂ ପକ୍ରିୟା କରିବେ ନାହିଁ ବୋଲି ପୁଣି କହିଛନ୍ତି ବାଚସ୍ପତି ଅସଦ କୌର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅମାନ୍ୟ ହୋଇଛନ୍ତି ଅସଦ କୌର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅସଦ କହିଛନ୍ତି, ମୁଁ ଇମ୍ରାନଙ୍କୁ କଦାପି ଧୋକ୍କା ଦେଇପାରିବି ନାହିଁ । ଇମ୍ରାନଙ୍କ ସହ ସର୍ବଦା ରହିଛି । ତେଣୁ ଯାହା ମଧ୍ୟ ମୋତେ ଦଣ୍ଡମିଳିବ ମୁଁ ମାନିନେବାକୁ ରାଜି ଅଛି । କିନ୍ତୁ ଇମ୍ରାନଙ୍କ ପାଇଁ କ୍ଷତି କରାଇଦେବି ନାହିଁ ।
ଭୋଟ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ବାକ୍ବିତଣ୍ଡା ଯୋଗୁ ଘୁଞ୍ଚିବାରେ ଲାଗିଛି ସମୟ । । ସମ୍ବିଧାନ ଓ ଆଇନକୁ ବାଚସ୍ପତି ସମ୍ମାନ ଦେବା ଦରକାର ବୋଲି ପିଏମଏଲ ନେତା ଶେହବାଜ ସରିଫ କହିଥିବାବେଳେ ବୈଦେଶିକ ମନ୍ତ୍ରୀ ଅହମ୍ମଦ ଶାହ କୁରେସୀ ସୁପ୍ରିମକୋର୍ଟଙ୍କ ରାୟକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ ।
Powered by Froala Editor