ପୁଣି ଭାରତକୁ ପ୍ରଶଂସା କଲେ ଇମ୍ରାନ ଖାନ
ଇସଲାମାବାଦ: ଭାରତକୁ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସବୁବେଳେ ଭାରତ ପାଇଁ ବିଷ ଓଗାଳୁଥିବା ଇମ୍ରାନ ଶୁକ୍ରବାର ଭାରତକୁ ସ୍ବାଭିମାନୀ ଦେଶ କହି ପ୍ରଶଂସା କରିଛନ୍ତି । ଶନିବାର ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାକୁ ଯାଉଛି । ଭୋଟିଂ ପରେ ହୁଏତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଚାଲିଯାଇପାରେ । ଏହି ମତଦାନ ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନକୁ ସମ୍ବୋଧନ କରିଥିଲେ । ନିଜ ସମ୍ବୋଧନରେ ଇମ୍ରାନ ଭାରତକୁ ପ୍ରଶଂସା କରିଛନ୍ତି । ସେ ଭାରତକୁ ଏକ ସ୍ବାଭିମାନୀ, ସ୍ବତନ୍ତ୍ର ଏବଂ ସ୍ବାଧୀନ ବିଦେଶ ନୀତି ଦେଶ ବୋଲି କହିଛନ୍ତି ।ଭାରତ ସହ ଆମେ ସ୍ବାଧୀନତା ପାଇଥିଲୁ । କିନ୍ତୁ ଭାରତ ଭଳି ଆମେ, ସ୍ବାଧୀନ ବିଦେଶ ନୀତି ଦେଶ ହୋଇ ପାରିଲୁ ନାହିଁ । ଏଥିପାଇଁ ଯୁବବର୍ଗଙ୍କୁ ଆଗକୁ ଆସିବାକୁ ହେବ ଇମ୍ରାନ ଆହ୍ବାନ କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, "ବର୍ତ୍ତମାନ ପାକିସ୍ତାନର, ସାର୍ବଭୌମତ୍ୟ ଏବଂ ଅଖଣ୍ଡତାକୁ ବଜାୟ ରଖିବା ସମୟ ଆସିଛି । କୌଣସି ବାହାର ଦେଶ ପାକିସ୍ତାନକୁ ଚଳାଇ ପାରିବ ନାହିଁ । ଯେତେବେଳେ ଯାଏଁ ପାକିସ୍ତାନ ଜନତା ନ ଚେତିଛନ୍ତି ସେପର୍ୟ୍ୟନ୍ତ ପାକିସ୍ତାନର ଉନ୍ନତି ସମ୍ଭବ ନୁହେଁ ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଦୁଃଖ ଜାହିର କରିଛନ୍ତି ଇମ୍ରାନ ଖାନ । ପାକିସ୍ତାନର ପ୍ରଧାନମନ୍ତ୍ରୀ ବିରୋଧରେ ଆମେରିକା ଷଡ଼ଯନ୍ତ୍ର କରୁଛି । କିନ୍ତୁ ସୁପ୍ରିମକୋର୍ଟ ସମସ୍ତ ଦସ୍ତାବିଜକୁ ଦେଖିବାକୁ ଚାହିଁ ନାହାନ୍ତି । ମୁଁ କାହାର କଣ ଦୋଷ କରିଛି ପଚାରିଛନ୍ତି ଇମ୍ରାନ ଖାନ । ପାକିସ୍ତାନକୁ ଏକ ବଡ଼ ରାଷ୍ଟ୍ରରେ ପରିଣତ କରିବାକୁ ଚାହିଁଥିବା କଥା କହିଛନ୍ତି ଇମ୍ରାନ । ଶେଷରେ ଅବିଶ୍ବାସ ପ୍ରସ୍ତାବ ପରେ ଶାନ୍ତି ବଜାୟ ରଖିବାକୁ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏହା ସହିତ ସମସ୍ତ ସମର୍ଥକଙ୍କୁ କହିଛନ୍ତି, ରାସ୍ତା ଉପରକୁ ଆସି ସମର୍ଥନ ଜାହିର କରନ୍ତୁ ।
Powered by Froala Editor