ଆଜି ଧାମନଗରରେ ଚାଲିଛି ଭୋଟ ଗଣତି, ଜାଣନ୍ତୁ କିପରି ରହିଛି ସୁରକ୍ଷା ବ୍ୟବସ୍ଥା

ଭଦ୍ରକ: ଗତକାଲି ଧାମନଗର ଏନଏସିର ୬ଟି ବୁଥରେ ମତଦାନ ଶେଷ ହୋଇଛି । ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ବୁଥ୍ ଗୁଡିକରେ ମୋଟ ଭୋଟର ୫ହଜାର ୯୭୯ଜଣ ଥିବାବେଳେ ୪ହଜାର ୪୦୭ ଭୋଟ ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି ।
ତେବେ ଆଜି ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଭୋଟ ଗଣତି କେନ୍ଦ୍ର ସମେତ ଧାମନଗର ଏନଏସି ଅଂଚଳରେ ୧୧ଟି ୱାର୍ଡରେ ଗତକାଲି ରାତି ୯ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଏହାସହିତ ୫ଜଣରୁ ଅଧିକ ଲୋକ ଏକତ୍ରିତ ହେବାକୁ ନିଷେଧ କରାଯାଇଛି ଓ ୪ ଚକିଆ ଘରୋଇ ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି ।
ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି । ସେହିପରି ଏହି ସମୟରେ ମଧ୍ୟ କୌଣସି ସଭାସମିତି ଓ ଶେଭାଯାତ୍ରା ଇତ୍ୟାଦି କରାଯାଇ ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor