ଗରମରେ ଏମିତି ସଜ ହୁଅନ୍ତୁ, ଦିଶିବେ ସୁନ୍ଦର
ଏବେ ବାହାଘର ଋତୁ ଆରମ୍ଭ ହୋଇଯାଇଛି । ଏହାସହିତ ଟିକେଟିକେ ଗରବ ବି ଲାଗିଲାଣି । ବାହାଘରରେ ପୁରୁଷମାନେ କ’ଣ ପିନ୍ଧିବେ ବୋଲି ଚିନ୍ତା କରୁଥିବେ । ଏଥିପାଇଁ କେତେକ ଉପାୟ ମନେ ରଖନ୍ତୁ ।
ଖରାଦିନେ ଉଜ୍ଜ୍ୱଳ ରଙ୍ଗର ପୋଷାକ ବଦଳରେ କି୍ରମ, ଧଳା ଆଦି ହାଲକା ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହା ଆରାମ ଦାୟକ ହେବା ସହିତ ସୁନ୍ଦର ଦେଖାଯାଇଥାଏ । ଏହା ସହିତ ବ୍ଲେଜର ପିନ୍ଧିପାରିବେ ।
ପୋଷାକ ଅଧିକ ଟାଇଟ କିମ୍ବା ଢ଼ିଲା ହୋଇନଥିବା ଜରୁରୀ । ଟି’ସାର୍ଟ ଜିନ୍ସ ଆଦି ନ ପିନ୍ଧିବା ଭଲ ।
ଭାରତୀୟ ପାଶ୍ଚାତ୍ୟ ମିଶ୍ରିତ ଶୈଳୀର ପୋଷାକ ଏବେ ବେଶୀ ଚାଲୁଛି । ଏଥିରେ ହେଉଥିବା ଡିଜାଇନର କାମ ଯୋଗୁଁ ଏହା ରାଜକୀୟ ରୂପ ଦେଇଥାଏ ।
ଗରମ ବେଳେ ଲାଇନେନ ସାର୍ଟ ଏବଂ ସ୍ଲଟ ଆରାମ ଦାୟକ ତଥା ଭଲ ଦେଖାଯାଏ । ଧଳା, ଆକାଶିଆ ହାଲକା ହଳଦିଆ ରଙ୍ଗର ସାର୍ଟ ପିନ୍ଧିପାରିବେ ।
ପାଦରେ ଅଫିସିଆଲ ଜୋତା ବଦଳରେ ଲୋଫସ ଡିଜାଇନର ଜୋତା ପିନ୍ଧନ୍ତୁ ।
Powered by Froala Editor