‘ଲକ୍ ଅପ୍’ରେ ସିକ୍ରେଟ ଖୋଲିଲେ ଅଙ୍କିତା, କହିଲେ ‘ମୁଁ ଗର୍ଭବତୀ’
ମା’ ହେବେ ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ। ଏନେଇ ସେ ନିଜେ ଖୁଲାସା କରିଛନ୍ତି। ନିଜ ବୟଫ୍ରେଣ୍ଡ ବିକ୍କି ଜୈନଙ୍କୁ ବିବାହ କରିଥିବା ଅଙ୍କିତା କଙ୍ଗନା ରଣାୱତଙ୍କ ‘ଲକ୍ ଅପ୍’ ଶୋ’ରେ ଏହି ସିକ୍ରେଟ ଉପରୁ ପରଦା ହଟାଇଛନ୍ତି।
ଅଙ୍କିତା କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍ ଅପ୍ରେ ନିଜ ଶୋ’ ପବିତ୍ର ରିସ୍ତାର ଅପ୍କମିଂ ସିଜନ୍କୁ ପ୍ରମୋଟ୍ କରିବାକୁ ଆସିଥିଲେ। ଲକ୍ଅପ୍ ସିରିଏଲର ଏକ ନିୟମ ରହିଛି ଯେ ଯେଉଁ ସେଲିବ୍ରିଟି ଏଠାକୁ ଆସିଥାନ୍ତି, ସେମାନଙ୍କୁ ନିଜର ଯେକୌଣସି ସିକ୍ରେଟ୍କୁ ସେୟାର କରିବାକୁ ପଡ଼ିଥାଏ। ତେଣୁ ଅଙ୍କିତାଙ୍କୁ ବି ଏଠାରେ ନିଜ ଜୀବନର ଥିବା ଏକ ରହସ୍ୟକୁ କହିବାକୁ ପଡ଼ିଥିଲା।
ଅଙ୍କିତା ଲୋଖଣ୍ଡେ କହିଥିଲେ ଯେ- ବିକ୍କିଙ୍କୁ ବି ଏହି ରହସ୍ୟ ବିଷୟରେ ଜଣା ନାହିଁ। ବର୍ତ୍ତମାନ ମୋତେ ଅଭିନନ୍ଦନ ଜଣାନ୍ତୁ- କାହିଁକି ମୁଁ ଗର୍ଭବତୀ ଅଛି। ତେବେ ଅଙ୍କିତାଙ୍କ ମୁହଁରୁ ଏଭଳି ଶୁଣି ଅନ୍ୟ ପ୍ରତିଯୋଗୀଙ୍କ ସମେତ ନିଜେ କଙ୍ଗନା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ ପରେ ଅଙ୍କିତା ହସି ଦେଇ କହିଥିଲେ- ଏପ୍ରିଲ ଫୁଲ୍ ବନାଉଥିଲି।
ଏହାର ଉତ୍ତରରେ କଙ୍ଗନା କହିଥିଲେ-ମୁଁ ଆଶା କରୁଛି-ତୁମ ମିଛ ସତରେ ବଦଳିଯାଉ, ଠିକ୍ ସେତେବଳେ ଅଙ୍କିତା କହିଥିଲେ- ଏହା ବହୁତ ଜଲ୍ଦି ହେବ। ସୂଚନାଯୋଗ୍ୟ ଯେ ଅଙ୍କିତା ଲୋଖଣ୍ଡେ ୧୪ ଡିସେମ୍ବର ୨୦୨୧ରେ ବୟଫ୍ରେଣ୍ଡ ବିକ୍କି ଜୈନ୍ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
Powered by Froala Editor