ଏପ୍ରିଲ ଦ୍ୱିତୀୟ ସପ୍ତାହରେ ବିବାହ କରିବେ ରଣବୀର-ଆଲିଆ

ଏପ୍ରିଲରେ ବିବାହ କରିବାକୁ ଯାଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଖବର ଅନୁଯାୟୀ, ଉଭୟ ଏହି ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିଛି ଦିନ ପରେ ଦୁହେଁ ବନ୍ଧୁତ୍ୱର ସମ୍ପର୍କକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପରିଣତ କରିବାକୁ ଯାଉଛନ୍ତି । ଏହି କପଲ୍ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ ଠାରୁ ଦୂରରେ ରଖନ୍ତି। ବର୍ତ୍ତମାନ ଶୁଣିବାକୁ ମିଳିଛି ଉଭୟ ନିଜ ବିବାହରେ ଅନେକ ଲୋକଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ଏବଂ ବିବାହ ପାଇଁ ସ୍ଥାନ ମଧ୍ୟ ବାଛି ସାରିଛନ୍ତି ।
ଉଭୟ ଉଦୟପୁରରେ ଡେଷ୍ଟିନେସନ୍ ମ୍ୟାରେଜ୍ କରିଥାନ୍ତେ। ହେଲେ ଉଦୟପୁର ବଦଳରେ ମୁମ୍ବାଇରେ ହିଁ ଉଭୟଙ୍କ ବିବାହ ହେବ। କପୁରଙ୍କ ଆର୍କେ ହାଉସ୍ରେ ହିଁ ଏହି ଗ୍ରାଣ୍ଡ ସେଲିବ୍ରେସନ୍ ହେବ। ଏଥିପାଇଁ ଜୋରସୋର୍ରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କପୁର ଓ ଭଟ୍ଟ ପରିବାର ଏକାଠି ବିଭିନ୍ନ ସପିଂ କରୁଥିବା ଦେଖିବାକୁ ମିଳିଛି।
କପୁର ଓ ଭଟ୍ଟ ପରିବାରର ଏହି ବିବାହରେ କେବଳ ୪୫୦ ଲୋକେ ଯୋଗଦେବେ। ଏହି ବିବାହରେ କେବଳ ଅତି ଘନିଷ୍ଠ ଲୋକମାନେ ଅତିଥି ରୂପେ ଆସିବେ। ଏହି ଦମ୍ପତି ସେମାନଙ୍କ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ସାତଫେରା ନେବେ ବୋଲି ସ୍ଥିର କରିଛନ୍ତି। ତେବେ ଆଲିଆ ଏବଂ ରଣବୀର କେବେ ବିବାହ କରିବେ ସେ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ।
Powered by Froala Editor