ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ଫେରାଓ: ହାଇକୋର୍ଟ
କଟକ: ଚିଟପଣ୍ଡରେ ବିନିଯୋଗ କରିଥିବା ନିଜ ଜମା ଟଙ୍କା ଫେରି ପାଇବାକୁ ଦୀର୍ଘ ଦିନ ହେଲା ସଂଘର୍ଷ ଚଳାଇଥିବା ଜମାକାରୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବ୍ୟାଙ୍କରେ ଜମା ଥିବା ୪୮ କୋଟି ଜମାରାଶି ତୁରନ୍ତ ସେମାନଙ୍କୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଏହି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶାରେ ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ ୪୫୦ଟି କମ୍ପାନି ଦ୍ୱାରା ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛିା ନିଜ ଟଙ୍କା ଫେରି ପାଇବା ଆଶାରେ ଜମାକାରୀମାନେ ଦୀର୍ଘଦିନ ହେଲା ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ତଦନ୍ତ ଜଷ୍ଟିସ୍ ଏମ୍ଏମ୍ ଦାସଙ୍କ ଦ୍ୱାରା ହେଉଛି ଏହି ବହୁ ଚର୍ଚ୍ଚିତ ମାମଲାର ତଦନ୍ତ ।
ଜମାକାରୀଙ୍କୁ ଟଙ୍କା ଦେବାକୁ ଜିଏଲପି ଡେଭଲପର୍ସ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
Powered by Froala Editor